ଓଡ଼ିଶା

ଖଣି ଅନୁସନ୍ଧାନ, ନିଲାମ ଏବଂ ପରିଚାଳନା କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା

ଓଡ଼ିଶା ପାଇଲା ରାଷ୍ଟ୍ରୀୟ ଖଣି ବିକାଶ ପୁରସ୍କାର । ଖଣି ଅନୁସନ୍ଧାନ, ନିଲାମ ଏବଂ ପରିଚାଳନା କ୍ଷେତ୍ରର ପ୍ରଥମ ସ୍ଥାନ ଅଧିକାର କରିବା ସହ ଏହି ପୁରସ୍କାର ହାସଲ କରିଛି ଓଡ଼ିଶା । ଏଥିସହ ୩ କୋଟି ଟଙ୍କାର ପୁରସ୍କାର ରାଶି ପାଇଛି ଭାରତ । ନୂଆଦିଲ୍ଲୀରେ ଅନୁଷ୍ଠିତ ଷଷ୍ଟ ଜାତୀୟ ଖଣି କନକ୍ଲେଭରେ ଓଡ଼ିଶା ମନ୍ତ୍ରୀ ପ୍ରଫୁଲ ସାମଲ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ତେବେ ଏହି ତାଲିକାରେ ମଧ୍ୟପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ଥର ପାଇଁ ତିନୋଟି କ୍ଷେତ୍ରରେ ଏଭଳି ପୁରସ୍କାର ପ୍ରଦାନ କରାଯାଇଛି । କ୍ୟାଟୋଗୋରୀ ୨ରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହି ଆଉ ୨ କୋଟି ଟଙ୍କାର ପୁରସ୍କାର ପାଇଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଷ୍ଟିଲ ଏବଂ ମାଇନ୍ସ ବିଭାଗକୁ ସୁଭେଚ୍ଛା ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com