ଓଡ଼ିଶା

ମଞ୍ଚ କରି ଜିତିଲେ, ଭଦ୍ରକ ବିଧାୟକଙ୍କ ସହ ମିଶିଲେ ନବ ନିର୍ବାଚିତ ସମିତି ସଭ୍ୟ

ଭଦ୍ରକ() ଉନ୍ନତି ମଞ୍ଚ ତରଫରୁ ନିର୍ବାଚନ ମୈଦାନକୁ ଆସିଥିଲେ । ଜିତିବା ପରେ ବିଧାୟକଙ୍କ ସହ ମିଶିଲେ । ତେବେ ନିଜ ଅଞ୍ଚଳର ବିକାଶ ପାଇଁ ବିଧାୟକଙ୍କ ସହ ମିଶି କାର୍ଯ୍ୟ କରିବା ନେଇ ଆଶା ବନ୍ଧିଛନ୍ତି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲାର ଦୈସିଂ ଗ୍ରାମ ପଂଚାୟତରେ ଦୈସିଂ ଉନ୍ନତି ମଞ୍ଚ ତରଫରୁ ସମିତି ସଭ୍ୟ ଭାବେ ଆଇନଜୀବୀ ସନାତନ ଦୀକ୍ଷିତ ନିର୍ବାଚନ ଲଢ଼ିଥିଲେ । ପରେ ଭୋଟରମାନେ ତାଙ୍କୁ ବିଜୟୀ କରିଥିଲେ । ଆଇନଜୀବୀ ତଥା ବିଜୟୀ ସମିତି ସଭ୍ୟ ସନାତନ ଦୀକ୍ଷିତ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଆଗମୀ ସମୟରେ ନିଜ ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସେ ଦଳରେ ସାମିଲ ହୋଇଥିବା କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com