ସ୍ୱାସ୍ଥ୍ୟ

ଜାଣିଶୁଣି ନିଜକୁ କରୋନା ସଂକ୍ରମିତ କଲେ ସିଙ୍ଗର, ପରେ କହିଲେ କାରଣ …

ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚାଇନାରେ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଶଯ୍ୟା ମିଳୁନାହିଁ, ତେଣୁ ସେମାନଙ୍କୁ ହସ୍ପିଟାଲର ଚଟାଣରେ ଚିକିତ୍ସା କରାଯାଉଛି। ଏଭଳି ସ୍ଥିତିରେ ଜଣେ ପ୍ରସିଦ୍ଧ ସିଙ୍ଗର ତାଙ୍କ କରୋନା ପଜିଟିଭ୍ ସାଙ୍ଗମାନଙ୍କ ନିକଟକୁ ଯାଇ ସେମାନଙ୍କୁ ଆଲିଙ୍ଗନ କଲେ ଯାହା ଦ୍ୱାରା ସେ ମଧ୍ୟ କରୋନାରେ ସଂକ୍ରମିତ ହେଲେ ଏବଂ ପରେ କରୋନା ପଜିଟିଭ୍ ହୋଇଥିବା ସମସ୍ତଙ୍କୁ ଜଣାଇଥିଲେ।

ସେଲିବ୍ରିଟି ସିଙ୍ଗର ଜେନ ଝାଙ୍ଗ (Jane Zhang)ଚାଇନାର ସୋସିଆଲ ମିଡିଆ ୱାଇବୋରେ କହିଛନ୍ତି ଯେ ସେ ଉଦ୍ଦେଶ୍ୟମୂଳକ ଭାବେ ନିଜ କରୋନା ସଂକ୍ରମିତ ହେବା ପାଇଁ ତାଙ୍କ କରୋନା ପଜିଟିଭ ସାଙ୍ଗ ପାଖକୁ ଯାଇଥିଲେ । କିଛିଦିନ ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଲେ ।

ଜେନ ଝାଙ୍ଗ ଏପରି କରିବାର କାରଣ ମଧ୍ୟ ସେ ଦେଇଛନ୍ତି। ଜେନଙ୍କ ଅନୁଯାୟୀ, ତାଙ୍କୁ ନୂଆ ବର୍ଷ ଅବସରରେ ଅଭିନୟ କରିବାକୁ ପଡିବ। ସେ ଚାହୁଁ ନଥିଲେ ଯେ ନୂଆ ବର୍ଷ ପୂର୍ବରୁ ସେ କରୋନା ସଂକ୍ରମିତ ହୁଅନ୍ତୁ ବୋଲି। ଏଥିପାଇଁ ସେ ନିଜକୁ ସଂକ୍ରମିତ କରିବାକୁ ସ୍ଥିର କଲେ ଯାହା ଦ୍ୱାରା ନୂତନ ବର୍ଷର ଇଭେଣ୍ଟରେ ସଂକ୍ରମଣ ହେବାର ଆଉ କୌଣସି ବିପଦ ନଥିବ ଏବଂ ଠିକ୍ ସମୟରେ ସୁସ୍ଥ ହୋଇ ତାଙ୍କ ଶରୀରରେ କରୋନା ବିରୁଦ୍ଧରେ ଲଢ଼ିବା ପାଇଁ ଆଣ୍ଟିବଡି ବିକଶିତ ହୋଇଯାଇଥିବ।

ସିଙ୍ଗରଙ୍କ ଏଭଳି ବିବାଦୀୟ ପୋଷ୍ଟ ପରେ ତାଙ୍କୁ ଗିରଫ କରିବା ସହିତ ତାଙ୍କ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ଉଠିଥିଲା। ଟ୍ରୋଲ ହେବା ପରେ ସିଙ୍ଗର ସୋସିଆଲ ମିଡିଆରୁ ତାଙ୍କର ବିବାଦୀୟ ପୋଷ୍ଟକୁ ଡିଲିଟ କରିଦେଇଥିଲେ ଏବଂ ଏହା ସହିତ ସେ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com