ବାଣିଜ୍ୟ

ଏଣିକି ପୌର କର୍ମଚାରୀ ପାଇବେ ପେନ୍‍ସନ ସୁବିଧା

ଭୁବନେଶ୍ୱର, ୨୪/୧୨/୨୦୨୨-  ରାଜ୍ୟର ଅବସରପ୍ରାପ୍ତ ପୌର କର୍ମଚାରୀ ଏଣିକି ପେନ୍‍ସନ ସୁବିଧା ପାଇବେ । ପୂର୍ବରୁ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥିବା ସରକାରୀ କର୍ମଚାରୀଙ୍କୁ ଏହି ସୁବିଧା ମିଳୁଥିବା ବେଳେ ପୌର କର୍ମଚାରୀଙ୍କୁ ଏହି ସୁବିଧା ମିଳିପାରୁ ନ ଥିଲା।  ଶୁକ୍ରବାର ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ହୋଇଥିବା ସଂଶୋଧନ ସମ୍ପର୍କରେ ସୂଚନା ଦିଆଯାଇଛି ।

ସଂଶୋଧିତ ବେତନ, ପେନସନ ଓ ପରିବାର ପେନସନ ଜାନୁଆରୀ ୨୦୧୬ରୁ ଅନୁଯାୟୀ ଏଣିକି ପୌର ପେନ୍‍ସନଭୋଗୀମାନେ ୮୦ ବର୍ଷ ପରେ ଅତିରିକ୍ତ ପେନସନ ପାଇବେ। ରାଜ୍ୟ ସରକାରଙ୍କ ଅଧୀନସ୍ଥ ପେନସନଭୋଗୀମାନଙ୍କ ବୟସ ୮୦-୮୫, ୮୫-୯୦, ୯୦-୯୫ ଓ ୯୫-୧୦୦ ଓ ୧୦୦ ବର୍ଷରୁ ଊର୍ଦ୍ଧ୍ବ ହେଲେ ସମ୍ପୃକ୍ତ ଅବସର ପ୍ରାପ୍ତ କର୍ମଚାରୀ/ ପରିବାରକୁ ଯଥାକ୍ରମେ ୨୦%, ୩୦%, ୪୦%, ୫୦% ଓ ୧୦୦ % ଅତିରିକ୍ତ ପେନସନ ଦିଆଯାଉଛି । କିନ୍ତୁ ମହାନଗର ନିଗମ ଓ ପୌର ପେନସନ ଭୋଗୀମାନଙ୍କ ପ୍ରତି ଏହା ଲାଗୁ କରାଯାଉ ନ ଥିଲା । ତେଣୁ ନିୟମରେ ପରିବର୍ତ୍ତନ କରାଯାଇ ମହାନଗର ନିଗମ ଓ ପୌର ପେନସନ ଭୋଗୀଙ୍କ କ୍ଷେତ୍ରରେ ନିୟମ ଲାଗୁ କରିବାକୁ ଓଡ଼ିଶା ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଦାବି କରିଆସୁଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com