ଓଡ଼ିଶା

ରେଲୱରେ କାମ କରୁଥିବା ଯୁବକର ମୃତ୍ୟୁ : କ୍ଷତି ପୂରଣ ଦାବିରେ ରାଜରାସ୍ତା ଅଟକ

ଢେଙ୍କାନାଳ : ନୂତନ ଭାବରେ ନିର୍ମାଣ ହେବାକୁ ଥିବା ରେଳ ଧାରଣରୁ ମୃତଦେହ ଦେଖିବାକୁ ମିଳିଛି । କ୍ଷତିପୂରଣ ଦାବିରେ ଗ୍ରାମବାସୀ ଜାତୀୟ ରାଜପଥ ୫୩କୁ ଅବରୋଧ କରିଥିବାର ଦେଖିବାକୁ ମିଳିଥିଲା । ଢେଙ୍କାନାଳ ଜିଲ୍ଲାର ଭୁବନ ଥାନା ଅନ୍ତର୍ଗତ ବାଲିଝାଟ ଗ୍ରାମ ନିକଟ ଜାତୀୟ ରାଜପଥ ୫୩ରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଯାହା ଫଳରେ ଯାଜପୁର ଓ ଅନଗୁଳକୁ ସଂଯୋଗ କରିଥିବା ଜାତୀୟ ରାଜପଥ ଗାଡ଼ ଚଳାଚଳ ବନ୍ଦ ହେଇଥିଲା । ପରେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ରାସ୍ତାରୋକ ହଟେଇବାକୁ ଉଦ୍ୟମ କରିଥିଲେ ।
ସୂଚନା ଅନୁଯାୟୀ, ମୃତକ ହେଲେ ବାଲିଝାଟ ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକ ଭବାନୀ ଦିଆଣୀ । ସେ ରବିବାର ଦିନ ରେଲୱେ କାମକୁ ଯାଇ ଘରକୁ ଫେରିନଥିଲେ । ତାପରେ ରବିବାର ରାତି ୮ଟା ପରେ ପରିବାର ଲୋକେ ଖୋଜିବାକୁ ବାହାରିଥିଲେ । ଖୋଜାଖୋଜି କରିବାପରେ ନୂଆ ରେଳଧାରଣା କଡରୁ ମୃତ ଦେହ ମିଳିଥିଲା । ଫଳରେ ସୋମବାର ଦିନ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଜାତୀୟ ରାଜପଥ ୫୩ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଭୁବନ ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ ଏବଂ ଦୀର୍ଘ ୩ ଘଣ୍ଟା ପରେ ରାସ୍ତା ରୋକ ହଟିଥିଲା । ତାପରେ ଭୁବନ ପୋଲିସ ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ । କେମିତି ଯୁବକଙ୍କ ମୃତ୍ୟୁ ଘଟିଲା ଏନେଇ ତଦନ୍ତ ଚଲେଇଛନ୍ତି ଭୁବନ ପୋଲିସ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com