ଅନ୍ତର୍ଜାତୀୟ

ଆଉ ନାହାନ୍ତି ପୋପ୍ ଏମେରିଟସ୍ ବେନେଡିକ୍ଟ ୧୬, ତାଙ୍କର ଗୋଟିଏ ନିଷ୍ପତ୍ତିରେ ବଦଳିଯାଇଥିଲା ଦୁନିଆ

ଭୁବନେଶ୍ୱର: ଧର୍ମନିରପେକ୍ଷ ୟୁରୋପରେ ଖ୍ରୀଷ୍ଟିଆନ ଧର୍ମକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଥିବା ପୋପ୍ ଏମେରିଟସ୍ ବେନେଡିକ୍ଟ ଷୋଡଶଙ୍କର ଶନିବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସେ ଶନିବାର ସକାଳ ୯:୩୪ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଜର୍ମାନୀର ବେନେଡିକ୍ଟଙ୍କୁ ଜଣେ ଧାର୍ମିକ ନେତା ଭାବରେ ସ୍ମରଣ କରାଯିବ ଯିଏ ୬୦୦ ବର୍ଷ ମଧ୍ୟରେ ପ୍ରଥମ ଖ୍ରୀଷ୍ଟିଆନ ଧାର୍ମିକ ନେତା ଭାବରେ ପୋପ୍ ପଦରୁ ଇସ୍ତଫା ଦେଇଥିଲେ।

୧୧ ଫେବୃଆରୀ ୨୦୧୩ ରେ ବେନେଡିକ୍ଟ ବିଶ୍ୱକୁ ଚକିତ କରିଦେଇଥିଲେ ଯେତେବେଳେ ସେ ଘୋଷଣା କରିଥିଲେ ଯେ ସେ ଆଉ ୧.୨ ବିଲିୟନ ଅନୁସରଣକାରୀଙ୍କ କ୍ୟାଥୋଲିକ ଚର୍ଚ୍ଚର ନେତୃତ୍ୱ ନେଇ ପାରିବେ ନାହିଁ। ସେ ଆଠ ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ ଏବଂ ଏହି ସମୟରେ ତାଙ୍କୁ ଅନେକ ବିବାଦର ସମ୍ମୁଖୀନ ହେବାକୁ ପଡିଥିଲା ।

ପଦରୁ ଇସ୍ତଫା ଦେବା ପରେ ସେ ଭାଟିକାନ କମ୍ପ୍ଲେକ୍ସରେ ଅବସ୍ଥିତ ମଠରେ ରହୁଥିଲେ। ଦୀର୍ଘ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା। ଭାଟିକାନ୍ ୨୮ ଡିସେମ୍ବରରେ ପୋପ୍ ଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇ କହିଥିଲେ ଯେ ତାଙ୍କ ଅବସ୍ଥା ବିଗିଡି ଯାଉଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com