ଅନ୍ତର୍ଜାତୀୟଜାତୀୟ

ଜେଲେନସ୍କିଙ୍କ ପ୍ରେମରେ ପଡିଛନ୍ତି ପୁଟିନ୍‌ଙ୍କ ଝିଅ, ୫୦ରୁ ଅଧିକ ଥର ଭେଟିବାକୁ ଯାଇଛନ୍ତି ଜର୍ମାନ

ମସ୍କୋ: ଋଷ୍-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅ କ୍ୟାଟେରିନା ଟିଖୋନୋଭାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଖବର ଅନୁଯାୟୀ, ପୁଟିନଙ୍କ ଝିଅ ଜେଲେନସ୍କିଙ୍କ ପ୍ରେମରେ ପଡିଛନ୍ତି । ତାଙ୍କୁ ଦେଖା କରିବାକୁ ସେ ୫୦ରୁ ଅଧିକ ଥର ଜର୍ମାନୀର ମ୍ୟୁନିଖ ସହରକୁ ଯାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କ୍ୟାଟେରିନା ଟିଖୋନୋଭା ଜଣେ ପୂର୍ବତନ ଏରୋବେଟିକ୍ ଡ୍ୟାନ୍ସର ।

କ୍ୟାଟେରିନା ଯେଉଁ ଜେଲେନସ୍କିଙ୍କ ପ୍ରେମରେ ପଡିଛନ୍ତି ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନୁହଁନ୍ତି, ବରଂ ଜର୍ମାନୀର ଜଣେ ବାଲେ ଡ୍ୟାନ୍ସର ଇଗୋର ଜେଲେନସ୍କି । ଇଗୋର ଜେଲେନସ୍କିଙ୍କର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କୌଣସି ସମ୍ପର୍କ ନାହିଁ । ଖବର ଅନୁଯାୟୀ ଉଭୟଙ୍କର ଏକ ସନ୍ତାନ ମଧ୍ୟ ଥାଇପାରେ । କିନ୍ତୁ ସେମାନେ ଏ ନେଇ କେବେ ଖୁଲାସା କରିନାହାନ୍ତି ।

ଏକ ସ୍ବାଧୀନ ଋଷ୍ ମିଡିଆ ଆଉଟଲେଟ୍ iStories ଏବଂ ଜର୍ମାନ ପତ୍ରିକା ଡେର୍ ସ୍ପିଗଲର ଏକ ଜଏଣ୍ଟ ଅନୁସନ୍ଧାନରୁ ଜଣାପଡିଛି ଯେ, ୨୦୧୮ରୁ ୨୦୧୯ମଧ୍ୟରେ କ୍ୟାଟେରିନା ୫୦ ରୁ ଅଧିକ ଥର ମ୍ୟୁନିଖ ଅଭିମୁଖେ ଯାତ୍ରା କରିଥିଲେ । ସବୁ ଥର କ୍ୟାଟେରିନା ପୁଟିନଙ୍କ ରାଷ୍ଟ୍ରପତି ସୁରକ୍ଷା ସେବା କର୍ମଚାରୀଙ୍କ ସହ ସରକାରୀ ଚାର୍ଟାଡ ​​ବିମାନରେ ଯାତ୍ରା କରିଥିଲେ ।

କ୍ୟାଟେରିନା ପୁଟିନଙ୍କ ସାନ ଝିଅ । ତାଙ୍କ ମା’କ୍ରେମଲିନର ପୂର୍ବତନ ପ୍ରଥମ ମହିଳା ଲ୍ୟୁଡମିଲା ଆଲେକ୍ସଜାଣ୍ଡ୍ରୋଭନା ଓଚେରେତନାୟା । ପୁଟିନ ଏବଂ ଲ୍ୟୁଡମିଲାଙ୍କ ବିବାହ ୧୯୮୩ ମସିହାରେ ହୋଇଥିଲା । ୨୦୧୩ରେ ଉଭୟଙ୍କର ଛାଡପତ୍ର ମଧ୍ୟ ହୋଇଥିଲା । କ୍ୟାଟେରିନାଙ୍କ ବିବାହ ଏହା ପୂର୍ବରୁ ଋଷ୍‌ର ସବୁଠୁ ଯୁବ ଅରବପତି କିରିଲ ଶାମଲୋଭଙ୍କ ସହ ହୋଇଥିଲା । ଯାହାଙ୍କୁ ପରେ ସେ ଛାଡପତ୍ର ଦେଇଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com