ଓଡ଼ିଶା

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା : ଦ୍ୱିତୀୟ ଦିନରେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଚାନ୍ଦବାଲି() ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଚାନ୍ଦବାଲି ଥାନାରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌ । ଦ୍ବିତୀୟ ଦିନରେ ଚାନ୍ଦବାଲିରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଜାରି । ଆଜି ଦୁଇ ଜଣ ସାକ୍ଷୀଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା କରୁଛି । ଦେବାଶିଷ ଜେନା ଓ ଶରତ ପଣ୍ଡାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଚାନ୍ଦବାଲି ଥାନାରେ ଅଭିଯୁକ୍ତଙ୍କୁ ଚାଲିଛି ଜେରା ।

ବୁଧବାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୋଲିସ୍‌ ଡିଜି । ଏହି ମାମଲାରେ ଜଡ଼ିତ ସମସ୍ତ କାଗଜପତ୍ର କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା । ତଦନ୍ତ ପାଇଁ ଚାନ୍ଦବାଲି ଅଭିମୁଖେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବାହାରିଥିଲା । ସେହିପରି ଅନ୍ୟଏକ ଟିମ୍‌ ଶର୍ମିଷ୍ଠାଙ୍କୁ ଗିରଫ କରିବା ପାଇଁ ବାହାରିଥିବା ସୂଚନା ମିଳିଥିଲା ।

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ ଯାଜପୁର କାଳିଆପାଣି ଅଞ୍ଚଳରେ ୩ ଦିନ ଲୁଚି ରହିଥିବା ପୋଲିସ୍‌କୁ ସୂଚନା ମିଳିଛି । ଏନେଇ ଖବର ଜଣାପଡିବା ପରେ ଶର୍ମିଷ୍ଠାଙ୍କ ଶାଶୁଙ୍କୁ ତଦନ୍ତକାରୀ ଟିମ୍ ପଚରାଉଚରା କରି ଫେରିଥିବା ଜଣାପଡିଛି । ମାମଲାରେ ତଦନ୍ତକୁ ତ୍ୱରାନିତ ନେଇ ରାଜ୍ୟ ବାହାରକୁ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଗସ୍ତ କରିଛି ।

କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ ଚାଲିଛି ଯାଞ୍ଚ । ଖବର ଅନୁଯାୟୀ, ମାନସ ସ୍ବାଇଁଙ୍କୁ ଫେବ୍ରୁଆରୀ ୭ ତାରିଖରେ ହତ୍ୟା କରାଯାଇଥିଲା । ଗୋଟିଏ ମାସ ୧୫ ଦିନ ବିତି ଗଲାଣି, ହେଲେ ଏବେ ଯାଏ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠର ପତ୍ତା ମିଳୁନି । ଦିନ ଯେତିକି ଗଡୁଛି ନୂଆ ନୂଆ ଚରିତ୍ରମାନ ଏଣ୍ଟ୍ରି ମାରୁଛନ୍ତି ଆଉ ବଦନାମ ହେଉଛନ୍ତି । ତେବେ ଏସବୁ ଭିତରେ ମାମଲାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ ଦେଇଛନ୍ତି ପୋଲିସ ଡିଜି।

Related Articles

Back to top button
WP Twitter Auto Publish Powered By : XYZScripts.com