ଜୀବନଶୈଳୀ
୨ ଦିନ ହେଲା ଉପବାସରେ ଅଛନ୍ତି ପ୍ରଭୁ ଶ୍ରୀଲିଙ୍ଗରାଜ
![](https://i0.wp.com/odia.mobilenews24x7.com/wp-content/uploads/2023/01/LINGARAJ-TEMPLE-e1672646268421.jpg?resize=780%2C470&ssl=1)
ଭୁବନେଶ୍ୱର, ୦୨/୦୧/୨୦୨୩- ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ରବିବାର ଦିନ ସାଢ଼େ ୧୦ରୁ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ରବିବାର ସେବାୟତ ବେଶରେ କପିଳେଶ୍ୱରର ଜଣେ ବରିଷ୍ଠ ନାଗରିକ ଭୋଗ ମଣ୍ଡପ ପଟେ ମହାପଭୁଙ୍କୁ ଦର୍ଶନ କରିବାକୁ ପଶିବାରୁ ସେଠାରେ ଥୁଆ ହୋଇଥିବା କୋଠ ଭୋଗ ଓ ସୁଆର ସେବାୟତଙ୍କ ପ୍ରସ୍ତୁତ ଅନ୍ୟ ଭୋଗ ମାରା ହୋଇ ଯାଇଥିଲା । ଭୋଗ ମଣ୍ଡପ ନୀତି ଚାଲୁଥିବା ବେଳେ ଏହି ବିଭ୍ରାଟ ଘଟିବାରୁ ପାଳିଆ ପୂଜାପଣ୍ଡା ଠାକୁରଙ୍କ ପୂଜା ବନ୍ଦ କରିଦେଇଥିଲେ । ମାରା ଭୋଗକୁ ନପୋତି ବିକ୍ରି କରାଯାଇଥିଲା ।
ଏହାକୁ ନେଇ ଜିଦରେ ଅଟଳ ବଡ଼ୁ ନିଯୋଗ । ସମସ୍ୟାର ସମାଧାନ ନହେବା ଯାଏ ନୀତିକାନ୍ତି ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ବଡ଼ୁ ନିଯୋଗ ସଂପାଦକ କମଳାକାନ୍ତ ବଡ଼ୁ ସୂଚନା ଦେଇଛନ୍ତି । ତେବେ ମନ୍ଦିର ପ୍ରଶାସନ ଏଯାଏ ବୈଠକ ଡାକିନାହିଁ ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।