ଜୀବନଶୈଳୀ

ଫ୍ଲାଇଟ ମୋଡ୍ ହେବ ଇତିହାସ

ଭୁବନେଶ୍ୱର, ୨୯/୧୧/୨୦୨୨-   ବିମାନ ଯାତ୍ରା ବେଳେ ଫୋନରେ କଥା ହେବା ଏଣିକି ହେବ ସମ୍ଭବ । ୫-ଜି ନେଟୱର୍କ ସାହାଯ୍ୟରେ ଏହି ସୁବିଧା ଉପଲବ୍ଧ ହେବ । ଫଳରେ ଆଗକୁ ଇତିହାସ ପାଲଟିବ ‘ଫ୍ଲାଇଟମୋଡ୍’ । ବିମାନ ଯାତ୍ରା ସମୟରେ ମଝି ଆକାଶରୁ ଯାତ୍ରୀ କରିପାରିବେ କଲ୍ । ଇଚ୍ଛା ଅନୁସାରେ ଦେଖିପାରିବେ ଅନଲାଇନ୍ ଭିଡିଓ । ୪-ଜି ତୁଳନାରେ ଅଧିକ ବେଗ ଥିବା ୫ଜି ଦ୍ୱାରା ଉପଭୋକ୍ତା ଅନେକ ସୁବିଧା ପାଇପାରିବେ। ଏଥିପାଇଁ ଏବେ ୟୁରୋପୀୟ ସଂଘ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯାହାଦ୍ୱାରା ୟୁରୋପିଆନ୍ ଏୟାରଲାଇନ୍ସରେ ଇନଫ୍ଲାଇଟ୍ ୫ଜି ସେବା ମିଳିବ। ଏଥିପାଇଁ ମଧ୍ୟ କିଛି ସ୍ପେକ୍ଟ୍ରମ ଦିଆଯିବ । ଏହାହେଲେ ୫-ଜି ସହ ୪-ଜି, ୩-ଜି ସେବା ମଧ୍ୟ ବିମାନରେ ମିଳିବ ।

ଯାତ୍ରୀ ବିମାନରେ ବସିବା ପରେ ପିକୋ-ସେଲ୍ ବେସ ଷ୍ଟେସନ୍ ସହ ଯୋଡ଼ିହେବେ । ଯାହାକି ଗ୍ରାଉଣ୍ଡ ନେଟୱର୍କକୁ ସାଟେଲାଇଟ୍ ସହ ସଂଯୋଗ କରିବ । ଆଉ ଏହାଫଳରେ ଯାତ୍ରୀ, କଲ୍ ସହ ମେସେଜ୍ ଓ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ତେବେ ନିର୍ଦ୍ଦିଷ୍ଟ ଭାବେ କେବେଠୁ ବିମାନ ମଧ୍ୟରେ ୫ଜି ସେବା ମିଳିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ପୂର୍ବରୁ ବିମାନ ଯାତ୍ରାବେଳେ ଯାତ୍ରୀଙ୍କୁ ମୋବାଇଲ୍ ଫ୍ଲାଇଟ୍ ମୋଡରେ ରଖିବାକୁ କୁହାଯାଉଥିଲା । ବିଗତ କିଛି ବର୍ଷ ମଧ୍ୟରେ ଏଥିରେ କିଛିଟା ପରିବର୍ତ୍ତନ ଆସିଛି । ଇନଫ୍ଲାଇଟ୍ ୫ଜି ସେବା ପାଇଁ ନିରାପତ୍ତା ପ୍ରଭାବିତ ହେବ ନାହିଁ ବୋଲି କୁହାଯାଉଛି । କାରଣ କକ୍‌ପିଟ୍‌ରେ ଭିନ୍ନ ଫ୍ରିକ୍ୱେନ୍ସି ବ୍ୟବହାର କରାଯିବ । ଫୋନ୍ ପାଇଁ ୫ଜି ସ୍ପେକ୍ଟ୍ରମ୍ ଦିଆଯିବ । ଯେତେବେଳେ କି ବିମାନରେ କନେକ୍ଟିଭିଟି ୪.୨-୪.୪ ଗିଗାହର୍ଜ ରହିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com