Breaking NewsFeaturedଐତିହ୍ୟ ଓ ସଂସ୍କୃତିଜୀବନଶୈଳୀ

ବର୍ଷା ଋତୁରେ ବୁଲିବାକୁ ଇଛା… ତେବେ ଜାଣିରଖନ୍ତୁ ସବୁଠୁ ଭଲ ସ୍ଥାନ

ଆପଣ ଭ୍ରମଣ କରିବାକୁ ଚାହାନ୍ତି କି, ଭୁଲନ୍ତୁ ନାହିଁ ଏହି ସବୁ ସ୍ଥାନ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଚାଲିଛି ବର୍ଷା ଋତୁ । ଏହି ସିଜିନରେ ଯଦି କେହି ବୁଲିବାକୁ ପସନ୍ଦ କରନ୍ତି ତେବେ କେଉଁଠିକୁ ଯିବେ । ଆଉ ଏହି ଋତୁରେ କେଉଁ ସ୍ଥାନକୁ ଗଲେ ପ୍ରକୃତିର ଭରପୁର ଆନନ୍ଦ ଉଠେଇ ପାରିବେ ତାହା ଆପଣ ଜାଣିଛନ୍ତି କି । ଆଜି ଆମେ ଆପଣଙ୍କୁ ଏମିତି ଦର୍ଶନୀୟ ସ୍ଥାନ ବିଷୟରେ କହିବୁ ଯେଉଁଠିକୁ ପରିବର୍ତ୍ତିତ ମୌସୁମୀ ସମୟରେ ବୁଲି ବାକୁ ଯାଇପାରିବେ । ତେବେ ଆଉ ଡେରି କାହିକି ଆସନ୍ତୁ ନଜର ପକେଇବା ଏମିତି କିଛି ଫେମସ ପର୍ଯ୍ୟଟନ ସ୍ଥଳୀ ବିଷୟରେ ।

ପ୍ରଥମେ ମହାରାଷ୍ଟ୍ରର ଲୋନାଭଲା ।

ଜୁଏଲ ଅଫ ଚାଏଦ୍ରୀ ଏବଂ ଦ ସିଟି ଅଫ କିଡସ କୁହାଯାଉଥିବା ଲୋନାଭଲାରେ ପର୍ଯ୍ୟଟକଙ୍କ ଅନେକ ଦର୍ଶନୀୟ ସ୍ଥାନ ରହିଛି । ସବୁଜ ବନାନୀ ଘଞ୍ଚ ଜଙ୍ଗଲ, ଝରଣା , ହ୍ରଦ ଏବଂ ପାହାଡ ଏମିତି ଅନେକ କିଛି ରହିଛି । ଆଉ ସବୁଠୁ ବଡ କଥା ହେଉଛି ବର୍ଷା ଋତୁରେ ଏହି ସ୍ଥାନ ସବୁଠୁ ସୁନ୍ଦର ଦେଖାଯାଏ।

ଦ୍ୱିତୀୟରେ ଭ୍ୟାଲି ଅଫ ଫ୍ଲାୱାର୍ସ, ଉତ୍ତରାଖଣ୍ଡ ।

ଏହି ସ୍ଥାନକୁ ୱାର୍ଡ ହେରିଟେଡ ମଧ୍ୟ କୁହାଯାଏ । କେବଳ ଏତିକି ନୁହେଁ ଏହି ସ୍ଥାନ ତାର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବେଶ ଜଣାଶୁଣା । ଖାଲି ଏତିକି ନୁହେଁ ୫୨୦ରୁ ଅଧିକ ପ୍ରକାରର ପୁଲ ଏଠାରେ ଦେଖିବାକୁ ମିଳେ । ଯାହା ବର୍ଷା ଋତୁରେ ଆଧିକ ଦେଖିବାକୁ ମିଳି । ଯଦି ଆପଣ ଭମଣ କରିବାକୁ ପସନ୍ଦ କରନ୍ତି ତେବେ ଏଠାକୁ ନିଶ୍ଚୟ ବୁଲିବାକୁ ଆସିବେ ।

ତାମମିଲନାଡୁର କୋଡାଇ କେନାଲ ।

ଯିଏକି ତାମିଲନାଡୁ ଇତିହାସର ସବୁଠୁ ଲୋକପ୍ରିୟ ବା ଫେମସ ପାହାଡିଆ ସ୍ଥାନ ମଧ୍ୟରୁ ଗୋଟିଏ । ଏଠି ବର୍ଷା ସମୟରେ ହାଲକା ବର୍ଷା ହୋଇଥାଏ । ଫଳରେ ଏହି ସ୍ଥାନ ଆହୁରି ଅଧିକ ସବୁଜ , ଘଂଚ ଏବଂ ଆକର୍ଷଣୀୟ ଦେଖାଯାଏ ।

କର୍ଣ୍ଣାଟକର କ୍ରୁଗ।

କର୍ଣ୍ଣାଟକର ଏହି ପାହାଡିଆ ସ୍ଥାନ ଷ୍କଟଲ୍ୟାଣ୍ଡ ଅଫ ଇଣ୍ଡିଆ ନାମରେ ଜଣାଯାଇଥାଏ । କ୍ରୁଗ ନିଜର ସବୁଜ ଏବଂ ପାହାଡ ଏବଂ ନଦୀ ପାଇଁ ଫେମସ । ଖାଲି ଏତିକି ନୁହେଁ ଏହଠାରେ ସବୁଠୁ ଅଧିକ କଫି ଉତ୍ପାଦନ ମଧ୍ୟ କରାଯାଏ ।

ଉଦୟପୁର, ରାଜସ୍ଥାନ।

ସିଟି ଅଫ ଲେକସ ଏବଂ ଭାନିସ ଅଫ ଦ ଇଷ୍ଟ ନାଁରେ ଜଣାଶୁଣା ଉଦୟ ପୁରକୁ ଦ ମୋଷ୍ଟ ରୋମାଣ୍ଟିକ ସିଟି ଅଫ ଦ ୱାଲ୍ଡ ବୋଲି ମଧ୍ୟ କୁହାଯାଏ । ଯଦି ଆପଣ ଟ୍ରାଭେଲ କରିବାକୁ ପସନ୍ଦ କରନ୍ତି ତେବେ ବର୍ଷା ଋତୁରେ ନିଶ୍ଚୟ ଏଠାକୁ ବୁଲିବାକୁ ଆସିବେ ।

ଗୋଆ, ଏ ବେଷ୍ଟ୍‌ ଡେଷ୍ଟିନି।

ଜଳ କ୍ରିଡା ସହ ଗୋଆରେ ଅନେକ କିଛି ଅଛି ଦେଖିବା ପାଇଁ । ଏଠାରେ ବହୁତ ସାରା ଟ୍ରାକିଂ ପଏଣ୍ଟ ଥିବା ସହ ଝରଣା ରହିଛି । ଯଦି ଅପଣ ବର୍ଷା ଋତୁରେ ଏଠାକୁ ବୁଲିବାକୁ ଆସୁଛନ୍ତି ତେବେ ଏହାର ଅଧିକ ମଜା ନେଇପାରିବେ । ଏବଂ ଏହି ସମୟରେ ଖୁବ କମ ଖର୍ଚ୍ଚରେ ଆପଣ ଗୋଆରେ ବୁଲି ମଜା ନେଇପାରିବେ ।

ମେଘାଳୟ, ଅତି ମନୋହର।

ଆପଣଙ୍କୁ ଠୋକାର ପର୍ବତ, ସମୁଦ୍ର ଉପତ୍ୟାକା, ହ୍ରଦ ଏବଂ ଝରଣାକୁ ଦେଖିଲେ ପ୍ରଥମ ନଜରରେ ହିଁ ଆପଣଙ୍କ ମନମଗ୍ଧ ହୋଇଯିବ । ମେଘାଳୟା ଉତ୍ତର ପୂର୍ବ ଭାରତର ସବୁଠୁ ସୁନ୍ଦର ଏବଂ ଆକର୍ଷଣୀୟ ସ୍ଥାନ ମଧ୍ୟରୁ ଗୋଟିଏ । ଏବଂ ଏହା ଚେରା ପୁଞ୍ଜି ପାଇଁ ମଧ୍ୟ ବେସ ଜଣାଶୁଣା । କାରଣ ଯେଉଁଠାରେ ଦୁନିଆର ସବୁଠୁ ଉଧିକ ବର୍ଷା ହୋଇଥାଏ । ତେବେ ବର୍ଷା ଋତୁ ସମୟରେ ଏହି ସ୍ଥାନକୁ ନିଶ୍ଚୟ ବୁଲିବାକୁ ଆସନ୍ତୁ ।

ଏମିତି ଅନେକ ନୂଆ ନୂଆ ସ୍ଥାନ ଆଉ ନୂଆ ନୂଆ ଖବର ବିଷୟରେ ଜାଣିବା ପାଇଁ କମେଣ୍ଟ କରିବାକୁ ଆଦୌ ଭୁଲିବେନି ।

Related Articles

Back to top button
WP Twitter Auto Publish Powered By : XYZScripts.com