Featuredଓଡ଼ିଶା

ଆଜିଠୁ ଆହୁରି ବଢ଼ିବ ତାପମାତ୍ରା

ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ପାରଦ । ଆଜିଠୁ ଆହୁରି ବଢ଼ିବ ତାପମାତ୍ରା । ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଗରମ ଏବଂ ଶୁଷ୍କ ବାୟୁ ପ୍ରବାହ ବଢ଼ିଛି। ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାତି ବଢ଼ିଛି । ଆସନ୍ତା ୭ ଦିନ ଯାଏ ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ଏବଂ କିଛି ଜିଲ୍ଲାକୁ ରେଡ୍ ମାର୍କ ଜାରି କରିଛି ପାଣିପାଗ କେନ୍ଦ୍ର । ବଲାଙ୍ଗୀର, ଟିଟିଲାଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାକୁ ରେଡ୍ ମାର୍କ ଜାରି କରାଯାଇଛି ।

ଭୁବନେଶ୍ବର ସମେତ ଝାରସୁଗୁଡ଼ା, ବାରିପଦା, ସମ୍ବଲପୁର, ଚାନ୍ଦବାଲି, ହୀରାକୁଦ, ବାଲେଶ୍ବର, କେନ୍ଦୁଝର ଭଳି ସହରରେ ସ୍ବାଭାବିକ ଠାରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିଛି । ଆସନ୍ତା ୧୪ରୁ ୨୦ ତାରିଖ ମଧ୍ୟରେ ସ୍ବାଭାବିକଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଏପ୍ରିଲ ୧୫ ତାରିଖରୁ ମେ ମାସ ଶେଷ ପର୍ଯ୍ୟନ୍ତ ଅହେତୁକ ଭାବେ ତାପମାତ୍ରା ବୃଦ୍ଧି ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com