Featuredଜାତୀୟ

ରାଜସ୍ଥାନରେ ଡାକ୍ତରଙ୍କ ଆନ୍ଦୋଳନ : ଜରୁରୀକାଳୀନ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ରାଜସ୍ଥାନରେ ତୀବ୍ର ହେଉଛି ଡାକ୍ତରଙ୍କ ଆନ୍ଦୋଳନ । ୧୪ ହଜାରରୁ ସରକାରୀ ଓ ଘରୋଇ ଡାକ୍ତର ଆନ୍ଦୋଳନରେ ଯାଇଥିବାରୁ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ବ୍ୟାହତ ହୋଇଛି । ଫଳରେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ରୋଗୀ । ଫଳରେ ଜରୁରୀକାଳୀନ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ।

ରାଜସ୍ଥାନରେ ସରକାରଙ୍କ ‘ରାଇଟ୍ ଟୁ ହେଲ୍ଥ‘ ବିଲକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଘରୋଇ ଡାକ୍ତର । ତାଙ୍କ ସହ ସ୍ୱର ମିଳାଇଛନ୍ତି ସରକାରୀ ଡାକ୍ତର । ଆଖିଳ ରାଜସ୍ଥାନ ସେବାରତ ଚିକିତ୍ସକ ସଂଘ ମାର୍ଚ୍ଚ ୨୯ ତାରିଖ ଦିନ ସାମୁହିକ ଛୁଟି ଘୋଷଣା କରିଛନ୍ତି । ଏଥିରେ ପୁରା ରାଜ୍ୟର ୧୪ ହଜାରରୁ ଅଧିକ ଡାକ୍ତର ସାମିଲ ହୋଇଛନ୍ତି ।

ରାଜସ୍ଥାନରେ ସରକାର ଆଣିବାକୁ ଯାଉଛନ୍ତି ‘ରାଇଟ୍ ଟୁ ହେଲଥ୍’ ବିଲ୍ । ଏହି ବିଲ୍ ପାରିତ ହେବାକୁ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ ହୋଇଯାଇଛି । ହେଲେ ଏହାକୁ ବିରୋଧ କରିଛନ୍ତି ଡାକ୍ତର ସଂଘ । ଏହି ସ୍ୱତନ୍ତ୍ର ବିଲ ଅନୁସାରେ ରୋଗୀଙ୍କୁ ଦିଆଯିବ ସ୍ୱାସ୍ଥ୍ୟ ଅଧିକାର । ଏହାର ଅର୍ଥ କେବଳ ସରକାରୀ ହସ୍ପିଟାଲରେ ନୁହେଁ ଘରୋଇ ହସ୍ପିଟାଲ ମାନଙ୍କରେ ମଧ୍ୟ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବା ବାଧ୍ୟତାମୂଳକ ହେବ । ଘରୋଇ ହସ୍ପିଟାଲରେ ଡାକ୍ତର ରୋଗୀଙ୍କଠାରୁ କୌଣସି ପେମେଣ୍ଟ ନେଇପାରିବେ ନାହିଁ । ତେଣୁ ଏହାକୁ ବିରୋଧ କରିଛନ୍ତି ରାଜ୍ୟର ଡାକ୍ତର ସଂଘ । ଏହି ବିଲରେ ପରିବର୍ତ୍ତନ କରିବାକୁ ଡାକ୍ତରଙ୍କ ଏକ ପ୍ରତିନିଧି ମଣ୍ଡଳ ସରକାରଙ୍କୁ ଦାବି ଜଣାଇଥିଲେ । ଏଯାଏଁ ଏନେଇକୌସି ନିଷ୍କର୍ଷ ବାହାରିପାରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com