Featuredଅନ୍ତର୍ଜାତୀୟ

ଋଷର କ୍ଷେପଣାସ୍ତ୍ର ମାଡ : ୧୧ଜଣଙ୍କର ମୃତ୍ୟୁ, ୩୫ଟି ବିଲ୍ଡିଂ ନଷ୍ଟ

ଗୁରୁବାର ୟୁକ୍ରେନେ ଉପରେ କ୍ଷେପଣାସ୍ତ୍ର ମାଡ କରିଛି ରୁଷ । ଏଥିରେ ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି  ଏବଂ ୩୫ଟି ବିଲ୍ଡିଂ ନଷ୍ଟ ହୋଇଛି । ଫଳରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରୋବରହରେ ବ୍ୟତିକ୍ରମ ସୃଷ୍ଟି ହୋଇଛି ।

କିଭକୁ ଟ୍ୟାଙ୍କ୍ ଯୋଗାଇ ଦେବା ପାଇଁ ଆମେରିକା ଓ ଜର୍ମାନୀ ପ୍ରତିଶ୍ରୁତି ଦେବାର ଦିନକ ପରେ ରୁଷ୍ ପୁନର୍ବାର ଏହି ଆକ୍ରମଣ ଆରମ୍ଭ କରିଛି । ଏହାଛଡ଼ା, ୟୁକ୍ରେନୀୟ ସେନାକୁ ୪ଟି ଲେପର୍ଡ ଟ୍ୟାଙ୍କ୍ ଯୋଗାଇ ଦେବ ବୋଲି ମଧ୍ୟ କାନଡା ନିର୍ଭର ପ୍ରତିଶ୍ରୁତି ଦେଇଛି ।
ୟୁକ୍ରେନର ଜଣେ ଉଚ୍ଚସ୍ତରୀୟ ଜେନେରାଲ୍ କହିଛନ୍ତି ଯେ, ରୁଷ୍ ନିକ୍ଷେପ କରିଥିବା ୫୫ଟି କ୍ଷେପଣାସ୍ତ୍ରରୁ ୟୁକ୍ରେନୀୟ ବାୟୁସେନା ୪୭ଟିକୁ ଗୁଳି ମାରି ଖସାଇ ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com