ଅନ୍ତର୍ଜାତୀୟଜାତୀୟ

ପାକିସ୍ତାନୀ ଆତଙ୍କବାଦୀକୁ ରକ୍ତ ଦେଇ ବଞ୍ଚାଇଲେ ଭାରତୀୟ ଯବାନ

ଭାରତୀୟ ଯବାନ୍ ପୁଣିଥରେ ଏକ ମହତକାର୍ଯ୍ୟ କରି ସାରା ସମାଜକୁ ବାର୍ତ୍ତା ଦେଇଛନ୍ତି । ଫିଦାୟିନୀ ଆକ୍ରମଣ କରିବାକୁ ଭାରତରେ ପ୍ରବେଶ କରୁଥିବା ଆତଙ୍କବାଦୀର ଜୀବନ ବଞ୍ଚାଇଛନ୍ତି ଭାରତୀୟ ଯବାନ୍ । ପାକିସ୍ତାନକୁ ଲାଗି ରହିଥିବା ଅନ୍ତର୍ଜାତୀୟ ସୀମାରେ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ଯୋଜନାରେ ଆସିଥିଲେ ଆତଙ୍କାବାଦୀ ତବାରକ ହୁସେନଙ୍କ ସହ ଅନ୍ୟ ଆତଙ୍କବାଦୀ । ଏହାର ଖବର ପାଇ ସେନା ଆରମ୍ଭ କରିଥିଲା ଆକ୍ରମଣ । ଏଥିରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ତବାରକ୍ ଗୁରୁତର ଆହତ ହୋଇଥିଲା । ତା’ର ଗୋଡରେ ଏକାଧିକ ଗୁଳି ବାଜିଥିଲା । ଫଳରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ସେ ଗୁରୁତର ହୋଇପଡିଥିଲା । ହେଲେ ଜୀବନ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଥିଲେ ଭାରତୀୟ ଯବାନ୍ । ୩ ୟୁନିଟ୍ ରକ୍ତ ଦେବା ପରେ ତବାରକର ଅସ୍ତ୍ରୋପଚାର ହୋଇଥିଲା । ଏହାପରେ ତା’ର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହେଉଥିବା ଜଣାପଡିଛି । ଗିରଫ ପରେ ତାକୁ ଜେରା କରାଯାଇଥିଲା । ସେନାର ଏପରି ମହାନତାକୁ ଦେଶ ଭୂରି ପ୍ରଶଂସା କରୁଥିବାବେଳେ ପାକିସ୍ତାନ ଏଥିରୁ କିଛି ଶଖିବା ଉଚିତ ବୋଲି ମତ ପ୍ରକାଶ ପାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com