ଓଡ଼ିଶା

ଚାରି ଚକିଆ ଗାଡି ଚୋରି ଘଟଣାରେ ଜଣେ ଗିରଫ, ୩ଟି ଗାଡି ଜବତ

ବ୍ରହ୍ମପୁର () ଚାରି ଚକିଆ ଗାଡି ଚୋରି ଘଟଣାରେ ବ୍ରହ୍ମପୁର ପୋଲିସ ଜଣଙ୍କୁ ଗିରଫ କରିବା ସହ ତିନୋଟି ଗାଡି ଜବତ କରିଛି । ଜଟଣୀ ତରବୋଇ ଅଞ୍ଚଳର ଉଦିତ ଖାନକୁ ଗିରଫ କରିଛି ପୋଲିସ।

ମହିନ୍ଦ୍ରା କାର୍, ସ୍କୋର୍ପିଓ ଏବଂ ଟାଟା ନେକ୍ସନ୍ ତିନୋଟି କାର୍ ଜବତ କରିଥିବା ନେଇ ବ୍ରହ୍ମପୁର ଏସଡିପିଓ ବିଷ୍ଣୁ ପତି ସୂଚନା ଦେଇଛନ୍ତି ।

ଗତ ୧୨ତାରିଖରେ ବଡବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ ନଗର ଅଞ୍ଚଳର ଜଗଦୀଶ ତ୍ରିପାଠୀଙ୍କ ମହିନ୍ଦ୍ରା କାର୍ ହଜିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରି ତିନୋଟି ଚୋରି ଗାଡିକୁ ଉଦ୍ଧାର କରିଥିବା ସୂଚନା ମିଳିଛି। ତିନୋଟି ଗାଡିକୁ ବିଭିନ୍ନ ଚୋରି କାର୍ଯ୍ୟରେ ଅପରାଧୀମାନେ ନିୟୋଜିତ କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com