![](https://i0.wp.com/odia.mobilenews24x7.com/wp-content/uploads/2023/01/nepal-sbi-bank-launches-payment-gateway.webp?resize=780%2C470&ssl=1)
ନୂଆ ଟୋଲ୍ ଫ୍ରି ନମ୍ବର ଜାରି କଲା ଏସବିଆଇ । କୋଟିକୋଟି ଗ୍ରାହକଙ୍କୁ ମିଳିବ ବଡ ଫାଇଦା । ବର୍ତ୍ତମାନ ଗୋଟିଏ କଲରେ ଆପଣ ପାଇପାରିବେ ବ୍ୟାଙ୍କିଂ ସୁବିଧା । ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ଏସବିଆଇ ଏହି ନୂଆ ନମ୍ବର ଗୁଡିକ ଜାରି କରିଛି । ଯାହାଦ୍ୱାରା ଗ୍ରାହକ ଉତ୍ତମ ସେବା ପାଇପାରିବେ । ଏନେଇ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ଟୁଇଟ୍ କରି ସୂଚନା ଦେଇଛି । ଏସବିଆଇ ଏହାର ଅଫିସିଆଲ ଟ୍ୱିଟରେ ଲେଖିଛି ଯେ, ଗ୍ରାହକଙ୍କ ପାଇଁ ସହଜ ନମ୍ବର ଜାରି କରାଯାଇଛି । ଯାହା ଅଧୀନରେ ଆପଣ ଘରେ ବସି ବ୍ୟାଙ୍କର ସମସ୍ତ ସୁବିଧା ସୁଯୋଗ ନେଇପାରିବେ । ବ୍ୟାଙ୍କ ଦ୍ୱାରା ୧୮୦୦୧୨୩୪ ଏବଂ ୧୮୦୦୨୧୦୦ ନମ୍ବରକୁ ଜାରି କରାଯାଇଛି । ଏହି ନମ୍ବରକୁ ଆପଣ କଲ କରି ବ୍ୟାଙ୍କର ଅନେକ ବିଶେଷ ସୁବିଧା ସୁଯୋଗ ବିଷୟରେ ଜାଣିପାରିବେ । ଏହାସହିତ ଏସିବିଆଇ କହିଛି ଯେ, ବର୍ତ୍ତମାନ ଆପଣ ଗୋଟିଏ କଲରେ ସମସ୍ତ ସମସ୍ୟାକୁ ଦୂର କରିପାରିବେ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଶାଖା ଯିବାକୁ ପଡିବ ନାହିଁ ।