ଓଡ଼ିଶା

ଜୁନ୍ ୨ରୁ +୨ ଖାତା ମୂଲ୍ୟାୟନ, ୬୪ କେନ୍ଦ୍ରରେ ଅଫ୍‌ଲାଇନ ଓ ୩୭ କେନ୍ଦ୍ରରେ ଅଫ୍ଲାଇନ୍ ମୂଲ୍ୟାୟନ

ଭୁବନେଶ୍ୱର: ଜୁନ୍ ୨ରୁ ୨୦ ତାରିଖ ମଧ୍ୟରେ ଯୁକ୍ତ ୨ ଖାତା ମୂଲ୍ୟାୟନ ଶେଷ କରାଯିବ ଲକ୍ଷ୍ୟ ରଖାଯାଇଛି । ୬୪ କେନ୍ଦ୍ରରେ ଅଫ୍‌ଲାଇନ୍ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍ ମୂଲ୍ୟାୟନ ହେବ।  ମୂଲ୍ୟାୟନ ଲାଗି ୧୨ହଜାରରୁ ଅଧିକ ଅଧ୍ୟାପକଙ୍କୁ ନିଯୁକ୍ତ କରାଯିବ। ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ପ୍ରତି କେନ୍ଦ୍ରରେ ସିସିଟିଭି ଲାଗିବ। ଇ-ମୂଲ୍ୟାୟନ ହେବାକୁ ଥିବା କେନ୍ଦ୍ରରେ ଏସି ଲଗାଇବା ବାଧ୍ୟତାମୂଳକ ହୋଇଛି । ୨ଟି ପର୍ଯ୍ୟାୟ ରେ +୨ ଖାତା ମୂଲ୍ୟାୟନ ହେବ। ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ଶେଷ ପର୍ଯ୍ୟାୟ ଜୁନ୍ ୧୩ରୁ ୨୨ ମଧ୍ୟରେ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ପୂର୍ଣ୍ଣ ବିଷୟଗୁଡ଼ିକର ମୂଲ୍ୟାୟନ ଲାଗି ୨୪ରୁ ୨୬ଦିନ ଲାଗିବ। ପରବର୍ତୀ ସମୟରେ ମୂଲ୍ୟାୟନର ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।

Related Articles

Back to top button
WP Twitter Auto Publish Powered By : XYZScripts.com