ଜୀବନଶୈଳୀ

କୁହୁଡ଼ି ଯୋଗୁଁ ୪୦ ଟି ବିମାନ ଉଡ଼ିବା ଅଟକିଲା

   ନୂଆଦିଲ୍ଲୀ, ୧୦/୦୧/୨୦୨୩ –    ଦିଲ୍ଲୀରେ ପ୍ରବଳ ଶୀତ ଯୋଗୁଁ କୁହୁଡ଼ି ସମସ୍ୟା ଉପୁଜିଛି । ଏଥିପାଇଁ ଦିଲ୍ଳୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୪୦ଟି ବିମାନ ଉଡ଼ି ପାରିନାହିଁ । ଏହି ବିମାନଗୁଡ଼ିକର ଉଡ଼ାଣ ସମୟ ଘୁଞ୍ଚାଇ ଦିଆଯାଇଛି । ଉଡ଼ାଣ ସମୟ ଘୁଞ୍ଚାଇ ଦିଆଯାଇଥିବା ବିମାନଗୁଡ଼ିକ ମଧ୍ୟରେ ରହିଛି ଦିଲ୍ଳୀ-ଜୟପୁର, ଦିଲ୍ଲୀ-ଡେରାଡୁନ୍‌,ଦିଲ୍ଲୀ-ସିମ୍‌ଲା, ଦିଲ୍ଲୀ-କାଠମାଣ୍ଡୁ, ଦିଲ୍ଲୀ-ଚଣ୍ଡିଗଡ଼-କୁଲ୍ଳୁ ଇତ୍ୟାଦି ।

ସେହିପରି ଦିଲ୍ଲୀ ବିମାନ ବନ୍ଦରରେ ଖରାପ ପାଗ ହେତୁ ପ୍ରାୟ ୫୦ଟି ଘରୋଇ ବିମାନ ଉଡ଼ାଣ ଭରିବା ଏବଂ ୧୮ଟି ବିମାନ ଅବତରଣ କରିବାରେ ବି ବିଳମ୍ବ ହୋଇଥିଲା । ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅଧିକାଂଶ ସ୍ଥାନର ତାପମାତ୍ରା ଠାରୁ ମଧ୍ୟ କମ୍‌ ରହୁଛି । ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ମଙ୍ଗଳବାର ସକାଳେ ୩.୮ ଡିଗ୍ରି ସେଲସିୟସ ଥିଲା । ବିଭିନ୍ନ ସ୍ଥାନରେ କେବଳ ୨୫ ମିଟର ଦୂର ପର୍ଯ୍ୟନ୍ତ ଦେଖାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com