ସ୍ୱାସ୍ଥ୍ୟ

ହକି ବିଶ୍ୱକପ ଶେଷ ପର୍ଯ୍ୟନ୍ତ ମେଡ଼ିକାଲ କର୍ମଚାରୀଙ୍କ ମୋବାଇଲ ଖୋଲା ରହିବ

ଭୁବନେଶ୍ୱର, ୧୩/୦୧/୨୦୨୩ –   ୧୩ ତାରିଖ ଠାରୁ ୨୯ ତାରିଖ ଅର୍ଥାତ ବିଶ୍ୱକପ ଶେଷ ପର୍ଯ୍ୟନ୍ତ କୌଣସି ମେଡ଼ିକାଲ କର୍ମଚାରୀ ମୋବାଇଲ ବନ୍ଦ ରଖି ପାରିବେନି । ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପର ସୁପରିଚାଳନା ପାଇଁ ଏପରି ମାର୍ଗଦର୍ଶିକା ଜାରି କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ସହରାଞ୍ଚଳ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ । ମେଡିକାଲ ଅଫିସର, ନର୍ସିଂ ଷ୍ଟାଫ, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତଙ୍କୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି କୌଣସି କର୍ମଚାରୀ ବିଶ୍ୱକପ ଆୟୋଜନ ସମୟରେ ନିଜର ସାପ୍ତାହିକ ଛୁଟି ନେଇ ପାରିବେ ନାହିଁ । ୟୁନିଟ-4 ସ୍ୱାସ୍ଥ୍ୟକେନ୍ଦ୍ରରେ 20 ଏବଂ ପଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ଟି ଶଯ୍ୟାକୁ ସ୍ୱତନ୍ତ୍ର ଭାବେ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ -19 ଟେଷ୍ଟିଂ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ସହ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲ ପରିସରର ସ୍ଵଛତା ଓ ପରିମଳ ବ୍ୟବସ୍ଥା ଉପରେ  ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ରାଜଧାନୀର ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ପ୍ରକାରର ଅଭାବ ଅସୁବିଧା ଯେଭଳି ନ ରୁହେ ତାକୁ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com