ଜାତୀୟମନୋରଞ୍ଜନ

ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ ଗିରଫ୍, ଡ୍ରଗ୍ସ ନେଉଥିବାର ହୋଇଛି ଅଭିଯୋଗ

ବଲିଉଡରେ ପୁଣି ଥରେ ଡ୍ରଗ୍ସ ମାମଲାରେ ନିଜର ଆଭିମୁଖ୍ୟକୁ କଡାକଡି କରିବା ଆରମ୍ଭ କରିଛି। ଡ୍ରଗ୍ ମାମଲାରେ ଅନେକ ସେଲିବ୍ରେଟିଙ୍କ ନାମ ପ୍ରକାଶ ପାଇଥିଲା। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଦେଖାଦେଇଛି । ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ବାଙ୍ଗାଲୋରରେ ପୋଲିସ ଗିରଫ କରିଛି। ସିଦ୍ଧାନ୍ତ ଡ୍ରଗ୍ସ ସେବନ କରିଥିବାର ଅଭିଯୋଗ ହୋଇଛି। ଯେଉଁଠାରୁ ସିଦ୍ଧାନ୍ତଙ୍କୁ ଅଟକ ରଖାଯାଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ବାଙ୍ଗାଲୋରର ଏମ.ଜି ରୋଡସ୍ଥିତ ହୋଟେଲରେ ଶ୍ରଦ୍ଧା କପୁରଙ୍କ ଭାଇଙ୍କ ସମେତ ଅନେକ ଲୋକ ପାର୍ଟି କରୁଥିଲେ। ପୋଲିସ ଉକ୍ତ ପାର୍ଟୀରେ ଚଢାଉ କରି ଶ୍ରଦ୍ଧା କପୁରଙ୍କ ଭାଇଙ୍କ ସମେତ ଅନେକ ଲୋକଙ୍କୁ ଅଟକ ରଖିଥିଲା। ୩୫ ଜଣଙ୍କ ନମୁନା ପଠାଇଥିଲା, ସେଥିମଧ୍ୟରୁ ୬ ଜଣଙ୍କ ଡ୍ରଗ୍ସ ଟେଷ୍ଟରେ ପଜିଟିଭ୍‌ ଆସିଛି। କିନ୍ତୁ ଏହି ଲୋକମାନେ ଡ୍ରଗ୍ସକୁ ନେଇ ପାର୍ଟୀକୁ ଆସିଥିଲେ ନା ହୋଟେଲକୁ ଆସି ଡ୍ରଗ୍ସ ନେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com