ସ୍ୱାସ୍ଥ୍ୟ

ଗୁରୁବାରଠାରୁ ପୁଣି କୋଭିଡ଼ ଟିକାକରଣ

ଭୁବନେଶ୍ୱର, ୧୬/୦୧/୨୦୨୩ –   ଜାନୁଆରୀ ୧୯ରୁ ପୁଣି ରାଜ୍ୟରେ କରାଯିବ ଟିକାକରଣ । କୋଭିଡ଼ ଟିକାକରଣ ଅଭିଯାନରେ ଉପଲବ୍ଧ ହେବ କୋଭିସିଲ୍ଡ  । ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଥିଲେ ଟିକା ନେଇପାରିବେ । ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟିକାକରଣ କେନ୍ଦ୍ରରେ ଏହି ଟିକାକରଣ କରାଯିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୋମବାର ଟ୍ୱିଟ୍‌ କରି ସୂଚନା ଦେଇଛି ।

ରାଜ୍ୟର ସମସ୍ତ ଜିଲ୍ଲା, ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରଥମିକ ଡାକ୍ତରଖାନାରେ ଭ୍ୟାକସିନ୍ ଦିଆଯିବ। ଏହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କେବଳ କୋଭିସିଲ୍ଡ ଟିକା ଉପଲବ୍ଧ ହେବ । ଲୋକେ ଟିକାକରଣର ସୁଯୋଗ ଉଠାଇବା ସହ କରୋନାରୁ ସୁରକ୍ଷିତ ରହିବା ନିମନ୍ତେ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛି ସ୍ୱାସ୍ଥ୍ୟ ବିଭାଗ।  ଯେଉଁ ସବୁ ଲୋକେ କୋଭିସିଲ୍ଡ ନେଇଥିବେ ସେମାନେ ପୁଣି ଦ୍ୱିତୀୟ ଓ ପ୍ରିକସନ୍ ଡୋଜ୍‌ ନେଇ ପାରିବେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com