ଜାତୀୟରାଜନୀତି

ସଂସଦ ଗୃହରେ ଶବ୍ଦ ବିବାଦକୁ ନେଇ ସ୍ପଷ୍ଟକଲେ ଲୋକସଭା ବାଚସ୍ପତି

ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକାଳ ଭିତରେ କିଛି ଶବ୍ଦ ବ୍ୟବହାର ନକରିବାକୁ କଟକଣା ଆସିଥିବା ବେଳେ ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହାରି ମଧ୍ୟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବୟାନ ଜାରି କରିଛନ୍ତି । ସେ କହିଛନ୍ତି କି ଉଭୟ ସଦନରେ କୌଣସି ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଯାଇ ନାହିଁ । କେବଳ କେଉଁ କେଉଁ ଶବ୍ଦକୁ ରେକଡିଂରୁ ବାଦ ଦିଆଯିବ ତାହା ଉପରେ ଏକ ସଂକଳନ ଜାରୀ କରାଯାଇଛି । ଲୋକସଭା ସଚିବାଳୟ ପକ୍ଷରୁ ସଂସଦୀୟ ଶବ୍ଦ ୨୦୨୧ ନାମରେ ଶବ୍ଦ ଓ ବାକ୍ୟର ସୂଚୀ ପ୍ରସ୍ତୁତ କରାଯାଇ ଏହାକୁ ସମସ୍ତ ସାଂସଦମାନଙ୍କ ପାଖକୁ ପଠାଇ ଦିଆଯାଇଛି । ଏହାକୁ ନେଇ ବିରୋଧୀଦଳର ସାଂସଦମାନେ ସମାଲୋଚନା କରିଛନ୍ତି । ନୂଆ ନିୟମ ମୁତାବକ ଗଦ୍ଦାର, ଘଡିୟାଲୀ ଆସୁ, ଜୟଚନ୍ଦ, ଶକୁନୀ, ଭ୍ରଷ୍ଟ ଭଳି ଶବ୍ଦ ଉପରେ ରୋକ୍ ଲଗାଯାଇଛି । ସେପଟେ ଏଭଳି ସୂଚୀ ପାଇବା ପରେ ଟିଏମସି ସାଂସଦ ଡେରେକ ଓ ବ୍ରାୟନ କହିଛନ୍ତି କି ମୋତେ ନିଲମ୍ବିତ କରାଗଲେ ବି ମୁଁ ସଂସଦ ଗୃହରେ ଏଭଳି ଶବ୍ଦ ବ୍ୟବହାର କରିବି । ଏହା ବ୍ୟତୀତ ଟିଏମସି ସାଂସଦ ମହୁଆ ମୈତ୍ରୀ ସରକାର ଏଭଳି ଆଇନ ଆଣିବା ପରେ ଏବେ ବିରୋଧୀମାନେ ଏହା ବି କହିପାରିବେ ନାହିଁ କି ହିନ୍ଦୁସ୍ତାନକୁ ଏକ ଅକ୍ଷମ ଓ ଧୋକ୍କାବାଜ ସରକାର ଶାସନ କରୁଛି । କେନ୍ଦ୍ର ସରକାରଙ୍କ ଏଭଳି ଭୀରୁ ମାନସିକତା ପାଇଁ ଲଜ୍ଜା ଲାଗୁଛି ବୋଲି ମହୁଆ ଟ୍ୱିଟରେ ଲେଖିଛନ୍ତି । ସେହିଭଳି କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ କରି କହିଛନ୍ତି ମୋଦୀ ସରକାରଙ୍କ ପ୍ରକୃତ ସତ୍ୟ ଜଣାଇବା ପାଇଁ ବିରୋଧୀମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ସମସ୍ତ ଶବ୍ଦକୁ ଏବେ ଅସଂସଦୀୟ ବୋଲି ମାନିବାକୁ ବାଧ୍ୟ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com