କ୍ରୀଡ଼ା

ହାରିଲା ଭାରତ, ଟିମ୍ ଇଣ୍ଡିଆ ପାଇଁ ବି ସହଜ ନୁହେଁ ସେମିଫାଇନାଲ ରାସ୍ତା

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜିତ ହେବା ପରେ ଭାରତ ଏବେ ଗ୍ରୁପର ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ଆଉ ଏହାସହ ଏହି ଗ୍ରୁପରୁ କିଏ ସେମିଫାଇନାଲ ଟିକେଟ ହାତେଇବ ତାହାକୁ ନେଇ ସସପେନ୍ସ ଦେଖାଦେଇଛି । କେବଳ ଏତିକି ନୁହେଁ ଭାରତର ବିଜୟରେ ବ୍ରେକ ଲାଗିବା ପରେ ଟି-୨୦ ବିଶ୍ୱକପର ସେମିଫାଇନାଲ ଟିକେଟ ହାତେଇବା ଏବେ ଟିମ୍ ଇଣ୍ଡିଆ ପାଇଁ ସହଜ ହୋଇ ନାହିଁ । କାରଣ ଗ୍ରୁପରେ ଥିବା ୬ଟି ଟିମ୍ ମଧ୍ୟରୁ ୫ଟି ଟିମ ସେମିଫାଇନାଲ ରେସରେ ସାମିଲ ହୋଇଛି । ଭାରତ ବିପକ୍ଷରେ ଦମଦାର ବିଜୟ ସହ ଟି-୨୦ ବିଶ୍ୱକପ ସେମିଫାଇନାଲ ରେସରେ ଯଥେଷ୍ଟ ଆଗରେ ରହିଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚରୁ ୫ ପଏଣ୍ଟ ସହ ଗ୍ରୁପର ପ୍ରଥମ ସ୍ଥାନରେ ରହିଛି । ପାକିସ୍ତାନ ଓ ନେଦରଲାଣ୍ଡସ ବିପକ୍ଷରେ ପରବର୍ତ୍ତୀ ୨ଟି ମ୍ୟାଚ୍ ଖେଳିବ ଦକ୍ଷିଣ ଆଫ୍ରିକା । ତେଣୁ ଏହି ୨ଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ବିଜୟୀ  ହେଲେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ରେସରେ ସବୁଠୁ ବଡ ଦାବିଦାର ଭାବେ ଉଭା ହେବ । ଅନ୍ୟପଟେ ବାଂଲାଦେଶ ଓ ଜିମ୍ବାୱେ ଯଦି ନିଜର ପର ବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତନ୍ତି ତେବେ ବାଂଲାଦେଶ ସିଧାସଳଖ ସେମିଫାଇନାଲ ଟିକେଟ ହାତେଇବ ଏବଂ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମଧ୍ୟରେ ରନରେଟ ଆଧାରରେ ଗୋଟିଏ ଟିମ୍ ସେମିଫାଇନାଲରେ ପହଞ୍ଚିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com