ବିଜ୍ଞାନ ଓ ପ୍ରଯୁକ୍ତି

ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ଭାକେନ୍ସି ନାହିଁ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୧୬/୦୧/୨୦୨୩ –   ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ଭାକେନ୍ସି ନାହିଁ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ NDA ଜିତିବ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ୨୦୨୪ ମସିହାରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ । ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ରବିବାର ଏପରି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାସହ ଧର୍ମେନ୍ଦ୍ର କହିଛନ୍ତି ଯେ-ଦେଶର ଯୁବଗୋଷ୍ଠୀ, ଗରିବ, ମହିଳା ଏବଂ ଗ୍ରାମୀଣ ଲୋକମାନେ ମୋଦିଙ୍କୁ ଦେଶ ଚଳାଇବାର ଭାର ସମ୍ଭାଳିବାକୁ ଦେଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ମୋଦିଙ୍କ ଉପରେ ଲୋକମାନଙ୍କ ସମ୍ପୂର୍ଣ୍ଣ ଭରଷା ରହିଛି ସେଥିପାଇଁ ଆଗକୁ ଆସୁଥିବା ନିର୍ବାଚନରେ ଜନତା ତାଙ୍କ ସହ ଠିଆ ହେବେ ।

ସେପଟେ ନୋବେଲ ପୁରଷ୍କାରର ବିଜେତା ଅମର୍ତ୍ୟ ସେନ କହିଛନ୍ତି ଯେ, TMCର ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ପାଖେ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ରହିଛି । ସେହିପରି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରବିବାର କହିଛନ୍ତି ଯେ, ଆଗାମୀ ୨୦୨୪ ନିର୍ବାଚନରେ ନରେନ୍ଦ୍ର ମୋଦୀ ହିଁ ଜୟଲାଭ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com