ଓଡ଼ିଶାଜାତୀୟଶିକ୍ଷାସ୍ୱାସ୍ଥ୍ୟ

ଓଡ଼ିଶାରେ ମେଡିକାଲ କଲେଜ ଖୋଲିବା ପାଇଁ ଆଗ୍ରହୀ ଆଦାନି ଗ୍ରୁପ

ଭୁବନେଶ୍ୱର, ୧୭/୦୧/୨୦୨୩ –   ଓଡ଼ିଶାରେ ମେଡିକାଲ କଲେଜ ଖୋଲିବା ପାଇଁ ଆଗ୍ରହ ପ୍ରକାଶ କରିଛି ଆଦାନି ଗ୍ରୁପ । ଏଥିପାଇଁ ଆଦାନି ଗ୍ରୁପ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଶାଳିନୀ ପଣ୍ଡିତଙ୍କୁ ଏହି ଚିଠି ଲେଖାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ କରା ଯାଇଥିବା ସର୍ଭେରେ ଭଦ୍ରକ ଓ ରାୟଗଡାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଆଗ୍ରହୀ ଅଛି ।

ଏହି ଦୁଇଟି କଲେଜରେ କେତେ ସିଟର ବ୍ୟବସ୍ଥା ରହିବ ସେ ନେଇ ଚିଠିରେ ଲେଖା ଯାଇନାହିଁ । ଏହି ମେଡିକାଲ କଲେଜ PPP ମୋଡରେ କରାଯିବା ସହ ଭଦ୍ରକରେ ପ୍ରାଥମିକତା ଭିତ୍ତିରେ ମେଡିକାଲ କଲେଜ କରିବାକୁ ଆଦାନି ଗ୍ରୁପ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com