ବାଣିଜ୍ୟ
ବିକ୍ରି ହେବ OPGC ର ଅଂଶଧନ
ଭୁବନେଶ୍ୱର, ୧୭/୦୧/୨୦୨୩ – ବିକ୍ରି ହେବ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ – OPGC ର ଅଂଶଧନ । ଏ ନେଇ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସମୁଦାୟ ଅଂଶଧନରୁ ୪୯ ପ୍ରତିଶତ ଅଂଶଧନ ବିକ୍ରି ନେଇ ରାଜ୍ୟ ସରକାର ବିଡ୍ ଆହ୍ୱାନ କରିଛନ୍ତି । ଉଭୟ ସରକାରୀ କିମ୍ବା ଘରୋଇ ଅନୁଷ୍ଠାନମାନେ ଫେବୃଆରୀ ମାସ ୨୮ ତାରିଖ ସୁଦ୍ଧା ବିଡ୍ ପାଇଁ ଆବେଦନ କରିପାରିବେ । ବିଦ୍ୟୁତ କେନ୍ଦ୍ର ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ସହିତ ଟେକ୍ନିକାଲ ଜ୍ଞାନ ଓ ଆର୍ଥିକ କ୍ଷେତ୍ରରେ ଶକ୍ତିଶାଳୀ ଥିବା ସଂସ୍ଥାକୁ ଏହା ବିକ୍ରି କରିବା ନେଇ ସ୍ଥିର ହୋଇଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଫଳରେ ବିଦ୍ୟୁତ ଉତ୍ପାଦନ ମହଙ୍ଗା ହୋଇପାରେ ବୋଲି କୁହାଯାଉଛି । ତେଣୁ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।