Featuredଅନ୍ତର୍ଜାତୀୟ

ହେଲିକପ୍ଟର ଦୁର୍ଘଟଣାରେ ଚାଲିଗଲା ୧୮ ଜଣଙ୍କ ଜୀବନ, ୟୁକ୍ରେନ ଗୃହମନ୍ତ୍ରୀ ମଧ୍ୟ ମୃତ

ଭୁବନେଶ୍ୱର: ବୁଧବାର ସକାଳେ ୟୁକ୍ରେନର ରାଜଧାନୀ କିଭ୍ ରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୟୁକ୍ରେନର ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିରସ୍କି ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ବିସିସିଆଇ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ଡେପୁଟି ତଥା ଅନ୍ୟ ଜଣେ ଅଧିକାରୀଙ୍କ ମୃତ୍ୟୁ ଘଟିଛି।

ଜାତୀୟ ପୋଲିସର ମୁଖ୍ୟ ଇଗୋର କ୍ଲେମେଙ୍କୋ କହିଛନ୍ତି ଯେ ବର୍ତ୍ତମାନ ସମୟରେ ୨ ଜଣ ଶିଶୁଙ୍କ ସମେତ ମୋଟ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି। ମୃତକଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ମନ୍ତ୍ରୀ ଡେନିସ୍ ମୋନାଷ୍ଟିରସ୍କିଙ୍କ ସମେତ ଅନେକ ବରିଷ୍ଠ ମନ୍ତ୍ରଣାଳୟର ଅଧିକାରୀ ଅଛନ୍ତି ବୋଲି ସେ କହିଛନ୍ତି। ଦୁଇ ପିଲାଙ୍କ ମଧ୍ୟରୁ ୪୨ ବର୍ଷିୟ ଡେନିସ୍ ମୋନାଷ୍ଟିରସ୍କି ୨୦୨୧ ମସିହାରେ ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ହେଲିକପ୍ଟର ଦୁର୍ଘଟଣା ରାଜଧାନୀ କିଭ୍ ଠାରୁ ୨୦ କିଲୋମିଟର ଦୂରରେ ଥିବା ବ୍ରୋଭାରୀ ଅଞ୍ଚଳରେ ଘଟିଛି। ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା।

 

Related Articles

Back to top button