ଅନ୍ୟାନ୍ୟ

ଓଡ଼ିଶାରେ ପହଁଞ୍ଚିଲା ଡାକୋଟା ବିମାନ 

ଭୁବନେଶ୍ୱର, ୧୮/୦୧/୨୦୨୩ –   ଓଡ଼ିଶାରେ ପହଁଞ୍ଚିଲା ବିଜୁ ପଟ୍ଟନାୟଙ୍କ ଅତିପ୍ରିୟ ଡାକୋଟା ବିମାନ  । ସ୍ଥାନେ ସ୍ଥାନେ ଏହି ବିମାନ ଦେଖିବାକୁ ଲୋକଙ୍କ ଭିଡ ଲାଗିଛି । ବୁଧବାର ସକାଳୁ ବାଲେଶ୍ଵର ଜିଲ୍ଲାରେ ପହଁଞ୍ଚି ଜଳେଶ୍ଵର ଲକ୍ଷ୍ମଣନାଥ ଟୋଲ ଗେଟ ପାର କରିଛି । ୩ଟି ବଡ଼ ଲରିରେ ଏହି ବିମାନକୁ ଅଣାଯାଉଛି । କୋଲକାତା ବିମାନ ବନ୍ଦରରୁ ଭୁବନେଶ୍ୱର ଅଣାଯିବା ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିଲା ।

ଗତକାଲି ରାତି ପ୍ରାୟ ୧୦ଟା ବେଳେ କୋଲକାତାସ୍ଥିତ ସୁଭାସ ବୋଷ ଆନ୍ତର୍ଜାତିକ ବିମାନବନ୍ଦରୁ ଓଡ଼ିଶା ଅଭିମୁଖେ ବାହାରିଥିବା ଡାକୋଟା ବିମାନ । ଆଜି ସଂଧ୍ୟା ସୁଦ୍ଧା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବ ବୋଲି ଜଣାପଡ଼ିଛି । କୋଲକାତା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ସୁରକ୍ଷା ବଳୟ ଯୋଗାଇ ଦେଇଥିଲେ । ଓଡ଼ିଶା ସୀମା ପହଞ୍ଚିବା ପରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ୱରରେ ପହଞ୍ଚିବ । ଓଡ଼ିଶା ପୋଲିସର କଡ଼ା ସୁରକ୍ଷାରେ ଡାକୋଟା ବିମାନ ଭୁବନେଶ୍ୱର ଅଣାଯିବ ।

ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଡାକୋଟାର ଯାଞ୍ଚ କରିବେ । ଏହା ପରେ ଯନ୍ତ୍ରୀ ମାନଙ୍କର ଏକ ଟିମ୍ ଏହାକୁ ଫିଟିଂ କରିବେ । ଡାକୋଟାକୁ ତାର ମୂଳ ଅବସ୍ଥାକୁ ଅଣାଯିବ । ଏଥିପାଇଁ ପ୍ରାୟ ୧ ମାସ ସମୟ ଲାଗିବ ବୋଲି କୁହାଯାଉଛି । ଏହା ପରେ ବିମାନବନ୍ଦର ପକ୍ଷରୁ ରାଜ୍ୟ ସରକାର ଯୋଗାଇ ଦେଇଥିବା ୧ ଦଶମିକ ୧ ଏକର ଜମିରେ ବିଜୁ ବାବୁଙ୍କ ଡାକୋଟା ଶୋଭା ପାଇବ । ମାର୍ଚ୍ଚ ୫ ତାରିଖରେ ଏହାର ଲୋକାର୍ପଣ ହୋଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com