ଅନ୍ୟାନ୍ୟ

କିସ୍ କରି ଯୁବକ ଫେରାର, ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର୧୮/୦୩/୨୦୨୩ –  ବିହାର ଜାମୋଇର ହସ୍ପିଟାଲରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ହସ୍ପିଟାଲ ପରିସର ଭିତରେ ଫୋନରେ କଥା ହେଉଥିଲେ । ଏହି ସମୟରେ ଜଣେ ଯୁବକ ତାଙ୍କ ପାଖକୁ ଆସି ହଠାତ ଅଶ୍ଳୀଳ ବ୍ୟବହାର କରିବା ସହ ଜୋର ଜବରଜସ୍ତ କିସ୍ କରିଥିଲେ ।

ଏତିକିବେଳେ ଯୁବତୀ ଜଣକ ପାଟି କରିବାରୁ ସେଠାରୁ ଫେରାର ମାରିଥିଲା ସପୃକ୍ତ ଯୁବକ । କିନ୍ତୁ ଏହି ଲଜ୍ଜାଜନକ ଦୃଶ୍ୟ ନିକଟରେ ଥିବା ସିସିଟିଭିରେ କଏଦ ହୋଇ ଯାଇଥିଲା । ତେବେ ଉକ୍ତ ଯୁବତୀଜଣକ ଏଭଳି ଅସଦାଚରଣକୁ ନେଇ  ନିକଟସ୍ଥ ଥାନାରେ ଅଭିଯୋଗ  କରିଛନ୍ତି । ଅଭିଯୋଗ  ମିଳିବା ପରେ ସିସିଟିଭି ଫୁଟେଜକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com