ଓଡ଼ିଆ ଧାବିକା ଦୂତି ଚାନ୍ଦ ଡୋପ୍ ଟେଷ୍ଟରେ ବିଫଳ
![Dutee Chand](https://i0.wp.com/odia.mobilenews24x7.com/wp-content/uploads/2023/01/Dutee-Chand-e1674040654377.webp?resize=780%2C470&ssl=1)
ଭୁବନେଶ୍ୱର, ୧୮/୦୧/୨୦୨୩ – ଏସିଆନ୍ ଗେମ୍ସ ପୂର୍ବରୁ ଧାବିକା ଦୂତି ଚାନ୍ଦ ଡୋପ୍ ଟେଷ୍ଟରେ ଧରା ପଡିଛନ୍ତି । ଟେଷ୍ଟ ପଜିଟିଭ ଆସିବା ପରେ ଓ୍ବାଲଡ ଆଣ୍ଟି ଡୋପିଂ ଏଜେନ୍ସି ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି । ନିଷିଦ୍ଧ ସାମଗ୍ରୀ ସେବନ କରିଥିବା ଟେଷ୍ଟରୁ ଜଣାପଡ଼ିଛି । ଦୂତି ଡୋପ୍ ଟେଷ୍ଟ ପଜିଟିଭ ହୋଇଥିବା ନେଇ ସମ୍ବାଦ ସରବରାହ ସଂସ୍ଥା PTI ପକ୍ଷରୁ ସୂଚନା ଦିଆଯାଇଛି ।
India’s top sprinter Dutee Chand tests positive for prohibitive substance, handed provisional suspension
— Press Trust of India (@PTI_News) January 18, 2023
ଏନେଇ ଦୂତି ନିଜର ପ୍ରତିକ୍ରିୟା ରଖି କହିଛନ୍ତି- ମୋ ପାଖରେ ଖବର ନାହିଁ । ଏଭଳି କୌଣସି ଚିଠି ମୋତେ ଏଯାଏଁ ମିଳିନାହିଁ । ପ୍ରସାରିତ ଖବର ସମ୍ପୂର୍ଣ୍ଣ ମିଛ । ଡୋପ୍ ଟେଷ୍ଟରେ ବିଫଳ କିମ୍ବା ନିଲମ୍ବିତ ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ମେଲ୍ ମିଳିନାହିଁ । ଯଦି ଏହି ଖବର ସତ୍ୟ ହୋଇଥାଏ ତେବେ ଏସୀୟ କ୍ରୀଡ଼ା ପୂର୍ବରୁ ଦୂତୀଙ୍କୁ ନିଶ୍ଚିତ ଭାବେ ଏକ ବଡ଼ ଝଟକା ଲାଗିବ ।