ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା କାଠ

ପୁରୀ, ୨୧/୦୧/୨୦୨୩ –   ଆଗାମୀ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ରଥ କାଠ ପୁରୀକୁ ଆସିଛି । ଆଜି ପ୍ରଥମ ପର୍ଯ୍ୟାୟ ୩ଟି ଗାଡିରେ ରଥକାଠ ପୁରୀରେ ପହଞ୍ଚିଛି । ଯେଉଁଥିରେ ୧୦୪ ଖଣ୍ଡ କାଠ ଥିବା ଜଣାପଡିଛି । ସେଥିମଧ୍ୟରୁ  ୭୧ ଖଣ୍ଡ ଅସନ କାଠ, ୩୩ ଖଣ୍ଡ ଧଉରା କାଠ ରହିଛି ।

ଏହିପରି ପର୍ଯ୍ୟାୟ କ୍ରମେ ପୁରୀକୁ ରଥ କାଠ ଆସିବ ।  ଶ୍ରୀପଞ୍ଚମୀ ଦିନ ବିଧି ପୂର୍ବକ ତିନି ରଥର ୩ଟି ୧୨ ଫୁଟିଆ ଧଉରା କାଠକୁ  ଅନୁକୂଳ କରାଯିବ । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡର ଦଶପଲ୍ଲା ଜଙ୍ଗଲରୁ କାଠ ଆସିବାର ପରମ୍ପରା ଚାଲି ଆସିଛି । ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com