ଓଡ଼ିଶା

ଭୋଟ୍ ପାଇଁ ଛୁଟି: ପୌର ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି

ଭୁବନେଶ୍ୱର: ମତଦାନ ଦିନ କର୍ମଚାରୀଙ୍କୁ ମିଳିବ ଛୁଟି । ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନରେ ଅଂଶଗ୍ରହଣ କରିବେ ସମସ୍ତ କର୍ମଚାରୀ । ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଶ୍ରମ ଆୟୋଗ । ଉଭୟ ଘରୋଇ ଏବଂ ସରକାରୀ କର୍ମଚାରୀଙ୍କୁ ମତଦାନ ଦିନ ଛୁଟି ଦେବା ବାଧ୍ୟତାମୂଳକ କରାଯାଇଛି । କର୍ମଚାରୀ ଛୁଟି ଚାହିଁଲେ ସଂସ୍ଥା ସେମାନଙ୍କୁ ଛୁଟି ଦେବାକୁ ବାଧ୍ୟ । ନଚେତ୍ ଏହା ଆଇନ ଅନୁଯାୟୀ ଅପରାଧ ବୋଲି ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି ।
ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଗ୍ରହଣ ହେବ । ଏହି ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କୁ ୩ ଦିନର ଛୁଟି ପ୍ରଦାନ କରାଯିବ । ସରକାରୀ, ସରକାରୀ ଅନୁବନ୍ଧିତ, ନିଗମ, ବୋର୍ଡ ଅଧିକାରୀଙ୍କୁ ମଧ୍ୟ ମତଦାନ ପାଇଁ ଛୁଟି ପ୍ରଦାନ କରାଯିବ । ଚାକିରିଆ ଆବେଦନ କଲେ ତିନିଦିନ ପର୍ୟ୍ୟନ୍ତ ସ୍ପେଶାଲ କାଜୁଆଲ ଲିଭ ଦେବା ପାଇଁ ସଂସ୍ଥା ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମତଦାନର ପୂର୍ବ ଦିନ, ମତ ଦାନ ଦିନ ଏବଂ ମତଦାନର ପର ଦିନକୁ ମିଶାଇ ତିନି ଦିନ ଛୁଟି ନେଇ ପାରିବେ । ତେଣୁ ଏହା ପୂର୍ବରୁ କର୍ମଚାରୀଙ୍କୁ ଛୁଟି ଦେବା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ରାଜ୍ୟ ଶ୍ରମ ବିଭାଗ । ସେପଟେ ଏନେଇ ରାଜ୍ୟ ନିର୍ବାଚନ କମିଶନ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com