ଓଡ଼ିଶା

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ, ହୋଟେଲ ପରିବର୍ତ୍ତେ ରାଜଭବନରେ ରାତ୍ରି ରହଣୀ

ପୁରୀ() ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ରାତ୍ରି ରହଣୀ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ୧୯ ତାରିଖ ରାତିରେ ହୋଟେଲ ପରିବର୍ତ୍ତେ ରାଜଭବନରେ ରହିବେ ରାଷ୍ଟ୍ରପତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ଆସନ୍ତା ୧୯ ତାରିଖରେ ପୁରୀ ଗସ୍ତରେ ଆସି ସନ୍ଧ୍ୟା ୫ଟାରୁ ୫ଟା ୪୫ମିନିଟ୍ ମଧ୍ୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ପରିବାର ସହ ଗର୍ଭଗୃହରେ ଦର୍ଶନ କରିବେ। ଏଥିପାଇଁ ଅପରାହ୍ନ ୪ଟାରୁ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ରାଷ୍ଟ୍ରପତିଙ୍କୁ ସିଂହଦ୍ବାରରେ ଗଜପତି ଦିବ୍ୟସିଂହ ଦେବ, ଛତିଶା ନିଯୋଗ ନାୟକ, କୌଳିକ ପଣ୍ଡା ପାଛୋଟି ନେବେ। ଗସ୍ତ ସମୟରେ ସୀମିତ ସଂଖ୍ୟକ ସେବାୟତ ରହିବେ।‌

Related Articles

Back to top button
WP Twitter Auto Publish Powered By : XYZScripts.com