Featuredଜାତୀୟଶିକ୍ଷା

ଗୋଟିଏ ଶିକ୍ଷାନୁଷ୍ଠାନର ଶିକ୍ଷକ ଅନ୍ୟ ଶିକ୍ଷାନୁଷ୍ଠାନକୁ ଯାଇ କିମ୍ବା ଅନଲାଇନରେ ପଢ଼ାଇ ପାରିବେ

ୟୁଜିସି ପକ୍ଷରୁ ଏକ ନୂଆ ଗାଇଡଲାଇନ୍ସ ଜାରି କରାଯାଇଛି । ଏଣିକି ଗୋଟିଏ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅନ୍ୟ ଶିକ୍ଷାନୁଷ୍ଠାନର ରିସୋର୍ସ ବ୍ୟବହାର କରିପାରିବେ । ଶିକ୍ଷା ଦୃଷ୍ଟିରୁ ଦୁର୍ବଳ ଥିବା ସଂସ୍ଥାର ବିଦ୍ୟାର୍ଥୀମାନେ ଅନ୍ୟ ସଂସ୍ଥାକୁ ଯାଇ ନିଜର କ୍ୟାରିୟରର ବିକାଶ କରିପାରିବେ ।

ତେବେ ଏଥିପାଇଁ ଦୁଇ ଶିକ୍ଷାନୁଷ୍ଠାନ ମଧ୍ୟରେ ଉତ୍ତମ ବୁଝାମଣା ହେବା ଜରୁରୀ । ଏଥିସହିତ ଗୋଟିଏ ଶିକ୍ଷାନୁଷ୍ଠାନର କୌଣସି ଖାସ୍ ବିଷୟର ଶିକ୍ଷକ ଅନ୍ୟ ଶିକ୍ଷାନୁଷ୍ଠାନକୁ ଯାଇ କିମ୍ବା ଅନଲାଇନରେ ପାଠ ପଢ଼ାଇ ପାରିବେ । ଏହି ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ୟୁଜିସି ଅଧ୍ୟକ୍ଷ ପ୍ରଫେସର ଜଗଦୀଶ କୁମାରଙ୍କ ନିର୍ଦ୍ଦେଶ ମୁତାବକ ସଚିବ ପ୍ରଫେସର ରଜନୀଶ ଜୈନ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, କଲେଜର ଅଧ୍ୟକ୍ଷ ଓ ଉଚ୍ଚ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି । ଏଥିସହିତ ଏହି ଗାଇଡଲାଇନ୍ସକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com