ଅନ୍ୟାନ୍ୟ
ଆସିଲା ନବ ଦାସଙ୍କ ପୋଷ୍ଟ ମର୍ଟମ ରିପୋର୍ଟ
ଭୁବନେଶ୍ୱର, ୩୧ /୦୧/୨୦୨୩ – ଆସିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ପୋଷ୍ଟ ମର୍ଟମ ରିପୋର୍ଟ । ଡାକ୍ତର ଲକ୍ଷ୍ମୀକାନ୍ତ ବେହେରା ପୋଷ୍ଟ ମର୍ଟମ ରିପୋର୍ଟ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରିଛନ୍ତି । ସେପଟେ ଗୋପାଳର ଜାମିନ ଆବେଦନକୁ ବିରୋଧ କରାଯାଇଛି । ଏ ନେଇ ଏକ ପିଟିସନ କୋର୍ଟରେ ଦାୟର କରାଯାଇଥିବା ସରକାରୀ ଓକିଲ ବି. ପ୍ରକାଶ ମହାନ୍ତି କହିଛନ୍ତି । ଅନ୍ୟପଟେ ଝାରସୁଗୁଡ଼ା ଗୁଳିମାଡ଼ ସ୍ଥଳରେ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଛାନଭିନ୍ ଚାଲିଛି ।