ଓଡ଼ିଶା

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ଡାଏଲେସିସ୍ ୱାର୍ଡରେ ସର୍ଟସର୍କିଟ କାରଣରୁ ଲାଗିଲା ନିଆଁ

କେନ୍ଦୁଝର: କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ନିଆଁ। ହସ୍ପିଟାଲରେ ଡାଏଲେସିସ୍ ୱାର୍ଡରେ ଘଟିଲା ଭୟାବହ ଅଗ୍ନିକାଣ୍ଡ। ଅଚଳ ଥିବା ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ମିଳିଥିବା ସୂଚନା ମୁତାବକ, ଦିନ ୧୨ଟା ବେଳେ ଡାଏଲେସିସ୍ ୱାର୍ଡରେ ପ୍ରଥମ ସିପ୍ଟ ଚାଲିଥିବା ସହ ୧୧ଜଣ ରୋଗୀ ସେଠାରେ ଉପସ୍ଥିିତ ଥିଲେ। ଏହି ସମୟରେ କିଛି ଦିନ ହେଲା ଅଚଳ ଥିବା ଏସିକୁ ସଜାଡିବା ପାଇଁ ଜଣେ ଲୋକ ଆସିବା ପରେ ଏସିର ସମସ୍ୟା ଜାଣିବା ପାଇଁ ‌ସେ ସୁଇଚ ମାରିଥିଲେ। କିଛି ଦିନ ହେଲା ବନ୍ଦଥିବାରୁ ସୁଇଚ ମାରିବା ପରେ ସର୍ଟସର୍କିଟ ହୋଇ ଏସିରେ ନିଆଁ ଲାଗିଯାଇଥିଲା। ଏହା ପରେ ତୁରନ୍ତ ୱାର୍ଡରେ ଥିବା ରୋଗୀଙ୍କୁ ସ୍ଥାନାନ୍ତର କରାଯିବା ସହ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ସୂଚନା ପାଇ ୧୨.୧୫ରେ ଅଗ୍ନିଶମ ବିଭାଗର ଗାଡ଼ି ପହଞ୍ଚି ନିଆଁକୁ ଲିଭାଇଥିବା ଜଣାପଡ଼ିଛି। ଏହି କାରଣ ଏବେ ଡାଏଲେସିସ୍ ୱାର୍ଡରେ ଚିକିତ୍ସା ବନ୍ଦ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com