ଓଡ଼ିଶା

ହଷ୍ଟେଲ ଛାତରୁ ପଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ରାୟଗଡ଼ା() ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ କପାପଦର ହାଇସ୍କୁଲରେ ଅଘଟଣ । ମାଟ୍ରିକ ପରୀକ୍ଷା ଦେବାକୁ ଆସି ଆଖି ବୁଜିଲେ ଛାତ୍ର । ହଷ୍ଟେଲ ଛାତରୁ ପଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଭରତ ବିଡିକା । ସେ କପାପଦର ହାଇସ୍କୁଲର ହଷ୍ଟେଲରେ ରହି ମାଟ୍ରିକ ପରୀକ୍ଷା ଦେଉଥିଲେ । ତେବେ ଗତକାଲି ରାତିରେ ହଷ୍ଟେଲ ଛାତରୁ ପଡିଯାଇଥିଲେ ଭରତ । ସ୍କୁଲ କର୍ତ୍ତୁପକ୍ଷ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ପୋଲିସ ଓ ପରିବାର ଲୋକ ମେଡିକାଲରେ ପହଞ୍ଚିଛନ୍ତି । ପୁଅର ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରିପାରୁ ନ ଥିବା ବେଳେ ସେମାନଙ୍କ ସମେତ ସ୍ଥାନୀୟ ସରପଞ୍ଚ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com