ଓଡ଼ିଶା

ଆଜିଠୁ ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା

ଆଜିଠୁ ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା । ଅପରାହ୍ନ ସାଢେ ୩ଟା ସମୟରେ ରାଉରକେଲା ଵିମାନ ବନ୍ଦରରୁ କୋଲକାତା ଵିମାନ ଚଳାଚଳ ଆରମ୍ଭ ହେଵ । ସପ୍ତାହରେ ୩ ଦିନ ମଙ୍ଗଳବାର, ଗୁରୁବାର, ଶନିବାର ମିଳିବ ବିମାନ ସେବା ।

ଆଲାଏନ୍ସ ଏୟାର ବିମାନସେବା ଯୋଗାଇଦେବ । ମାତ୍ର ଦେଢ ଘଣ୍ଟାରେ ରାଉରକେଲାରୁ କୋଲକତା ଯାତ୍ରା କରି ପାରିବେ ଯାତ୍ରୀ । ରାଜ୍ୟ ସରକାରଙ୍କ ଭାୟାବିଲିଟି ଗ୍ୟାପ ଫଣ୍ଡିଙ୍ଗ ଜରିଆରେ ବିମାନ ସେବା ଚାଲିବ । ୩୫ଟି ସିଟ୍ ପାଇଁ VGF ବ୍ୟବସ୍ଥା କରାଯାଇଛି । ରାଉରକେଲାରୁ କୋଲକାତା ଟିକେଟ୍ ର ମୁଲ୍ୟ ୧୯୯୯ ଟଙ୍କା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com