
ବାଲିଅନ୍ତା, ୦୧/୦୯/୨୦୨୨ – ଭାଗ୍ୟଲଷ୍ମୀ ମିଶ୍ରଙ୍କୁ ବିଜୁ ଜନତା ଦଳ ମହିଳା ସଂଗଠନର ସାଧାରଣ ସମ୍ପାଦିକା ଦାୟିତ୍ୱ । ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଭାଗ୍ୟଲଷ୍ମୀ ମିଶ୍ର ପ୍ରଥମେ ୧୯୯୭ରେ କାକରୁଦ୍ରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଥିଲେ ।
ଭାଗ୍ୟଲଷ୍ମୀ, ଦୀର୍ଘ୨୫ କାଳ ବିଜୁ ଜନତା ଦଳରେ ରହି କାର୍ଯ୍ୟ କରି ଆସୁଛନ୍ତି । ତାଙ୍କର କାର୍ଯ୍ୟ ଦକ୍ଷତାକୁ ଦେଖି ଦଳ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦିକା ଭଳି ଗୁରୁ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ । ୨୦୨୦ରେ ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟା ଭାବେ ସେ କାର୍ଯ୍ୟ ସମ୍ପାଦନ କରିଥିଲେ ।