ଓଡ଼ିଶା

ସରିଲା ଯୁକ୍ତ ୩ ପାଇଁ ନାମଲେଖା ଆବେଦନ

ଭୁବନେଶ୍ୱର ; ୨।୯ ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜରେ +୩ ନାମଲେଖା ପାଇଁ ଆବେଦନ ଶେଷ ହୋଇଛି । ଗତ ୧୧ ତାରିଖରୁ ସାମ୍ସ ପୋର୍ଟାଲ ଜରିଆରେ ନାମଲେଖା ଆବେଦନ ଆରମ୍ଭ ହୋଇଥିବାବେଳେ ଅଗଷ୍ଟ ୨୫ରେ ଏହା ଶେଷ ହେବାର ଥିଲା । କିନ୍ତୁ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୟସୀମା ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା । ୧୦୨୩ଟି ଡିଗ୍ରୀ କଲେଜରେ ନାମଲେଖା ହେବାକୁ ଯାଉଥିବାବେଳେ ଏଥିଲାଗି ଆଜି ଆବେଦନ ସରିଛି । ଗୁରୁବାର ସନ୍ଧ୍ୟା ୭ଟା ସୁଦ୍ଧା ୨ ଲକ୍ଷ ୭୨ ହଜାର ୭ ଛାତ୍ରଛାତ୍ରୀ ନାମଲେଖା ପାଇଁ ପଞ୍ଜୀକରଣ କରିଥିବାବେଳେ ସେଥିମଧ୍ୟରୁ ୨ ଲକ୍ଷ ୫୩ ହଜାର ୯୨ ଜଣ ଅନଲାଇନରେ ଆବେଦନ କରିଥିଲେ । ୨ ଲକ୍ଷ ୫୧ ହଜାର ୭୫୧ ଜଣ ଅନଲାଇନ ଫି’ ପୈଠ କରିଥିଲେ । ଗୁରୁବାର ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ ସମୟସୀମା ରହିଥିବାରୁ ଏହି ସଂଖ୍ୟା ବୃଦ୍ଧି ହୋଇପାରେ । ଆସନ୍ତା ୭ ତାରିଖ ଅପରାହ୍ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେହିଦିନ ଅପରାହ୍ଣ ୨ଟାରୁ ୧୧ ତାରିଖ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ନାମ‌େଲଖା ଅନୁଷ୍ଠିତ ହେବ ।  ୧୬ ତାରିଖ ଅପରାହ୍ଣ ୨ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୬ ତାରିଖ ଅପରାହ୍ଣ ୨ଟାରୁ ୧୯ ତାରିଖ ଅପରାହ୍ଣ ୫ଟା ମଧ୍ୟରେ ନାମଲେଖା ହେବ ।  ୨୦ ତାରିଖ ଅପରାହ୍ଣ ୨ଟାରେ ଖାଲିଥିବା ସିଟ୍ ସମ୍ପର୍କରେ ସାମ୍ସ ୱେବସାଇଟରେ ପ୍ରକାଶ ପାଇବ । ୨୮ ତାରିଖ ଅପରାହ୍ଣ ୨ଟାରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୨୮ ତାରିଖ ଅପରାହ୍ଣ ୨ଟାରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ସ୍ପଟ ନାମଲେଖା ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com