ବାଣିଜ୍ୟ
ଯକୃତ ପ୍ରତ୍ୟାରୋପଣ ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ
![](https://i0.wp.com/odia.mobilenews24x7.com/wp-content/uploads/2023/02/Pintu-Nanda-2-e1675759101175.jpg?resize=353%2C337&ssl=1)
ଭୁବନେଶ୍ୱର, ୦୭/୦୨/୨୦୨୩ – ଯକୃତ ପ୍ରତ୍ୟାରୋପଣ ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ମଙ୍ଗଳବାର ସକାଳେ ଭୁବନେଶ୍ୱରରୁ ସେ ବିମାନ ଯୋଗେ ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରେ ଥିବା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନସେସ- ILVS ହସ୍ପିଟାଲରେ ପିଣ୍ଟୁଙ୍କ ଲିଭର୍ ଟ୍ରାନ୍ସପ୍ଲାଣ୍ଟ କରାଯିବ । ଲିଭର୍ ସିରୋସିସରେ ପୀଡ଼ିତ ହେବା ପରେ ପିଣ୍ଟୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ପିଣ୍ଟୁଙ୍କ ଚିକିତ୍ସା ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ଆବଶ୍ୟକ । ଯାହାକୁ ଯୋଗାଡ଼ କରିବା ତାଙ୍କ ପରିବାର ପକ୍ଷେ ସମ୍ଭବ ନଥିଲା । ତେଣୁ ସେ ସହାୟତା ପାଇଁ ନିବେଦନ କରିଥିଲେ । ବହୁ ଶୁଭେଛୁ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ।