Featuredଅନ୍ତର୍ଜାତୀୟଜାତୀୟ

ତୁର୍କୀ ଓ ସିରିଆ ଅଭିମୁଖେ ରିଲିଫ୍ ସାମଗ୍ରୀ ନେଇ ଉଡ଼ିଲା ଭାରତର ୭ମ ପ୍ଲେନ୍

ନୂଆଦିଲ୍ଲୀ: ଭୂକମ୍ପ ପରେ ଦିନ ଗଡ଼ିବା ସହ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । କେବଳ ଭୂକମ୍ପ ନୁହେଁ, ତୁର୍କୀ ଓ ସିରିଆରେ ପ୍ରକୃତି ବି ଦାଉ ସାଧିଛି । ଉଭୟ ଦେଶର ଲୋକଙ୍କ ପାଖରେ ନା ଅଛି ଖାଇବାକୁ କିଛି, ନା ଅଛି ପିନ୍ଧିବାକୁ କିଛି ।  ଏମିତି ସ୍ଥିତିରେ ବିଭିନ୍ନ ଦେଶ ତରଫରୁ ଉଦ୍ଧାର କାର୍ଯ୍ୟ ସହ ରିଲିଫ ପ୍ରଦାନ ଜୋରସୋରରେ ଚାଲିଛି । ଆଉ ଏହି କ୍ରମରେ ଭାରତ ରହିଛି ସମସ୍ତଙ୍କଠାରୁ ଆଗରେ । ଅପରେସନ ଦୋସ୍ତ ଜରିଆରେ ଭାରତର ୭ମ ପ୍ଲେନ ରିଲିଫ ସାମଗ୍ରୀ ନେଇ ତୁର୍କୀ ଓ ସିରିଆ ଅଭିମୁଖେ ଯାଇସାରିଛି ।

ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରପୋର୍ଟରୁ ଭାରତର ଗ୍ଲୋବମାଷ୍ଟର ୩୫ ଟନରୁ ଅଧିକ ରିଲିଫ ସାମଗ୍ରୀ ନେଇ ଉଡ଼ିଛି । ଏନେଇ ନିଜେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଦେଇଛନ୍ତି । ୩୫ ଟନରୁ ଅଧିକ ରିଲିଫ ସାମଗ୍ରୀ ନେଇ ଯାଇଥିବା ଗ୍ଲୋବମାଷ୍ଟର ପ୍ରଥମେ ସିରିଆ ରାଜଧାନୀ ଦମିସ୍କରେ ପହଞ୍ଚିବ । ସେଠାରେ ୨୩ ଟନରୁ ଅଧିକ ରିଲିଫ୍ ସାମଗ୍ରୀ ଓହ୍ଲାଇବା ପରେ ତୁର୍କୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ତୁର୍କୀରେ ବାକି ୧୨ ଟନରୁ ଅଧିକ ରିଲିଫ ସାମଗ୍ରୀ ଓହ୍ଲାଇବ ।

Related Articles

Back to top button
WP Twitter Auto Publish Powered By : XYZScripts.com