Featuredଜାତୀୟରାଜନୀତି

ଯେମିତି ଦଳ ସେମିତି ସଂସ୍କାର : ବିଜେପି

ସପାର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ଆଙ୍ଗୁଠି ଦେଖାଉଥିବା ଭିଡିଓ ଭାଇରାଲ ହେବା ସହ ତାଙ୍କୁ ଟ୍ରୋଲ କରାଯାଉଛି । ତାଙ୍କ ଭାବ-ଭଙ୍ଗୀକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ଜୟା ମଧ୍ୟ ଅନେକ ସମୟରେ ରାଗୁଥିବା ନଜର ଆସିଥାନ୍ତି ।

ଚଳିତ ବଜେଟ ଅଧିବେଶନ ବେଳେ ସଦନରେ ହଙ୍ଗାମା ଚାଲିଥିଲା । ସଂସଦରେ ହୋହଲ୍ଲା କରିବା ଏବଂ ଏହାକୁ ରେକର୍ଡ କରିବା ମାମଲାରେ କଂଗ୍ରେସ ସାଂସଦ ରଜନୀ ପଟେଲଙ୍କୁ ଚଳିତ ଅଧିବେଶନରୁ ନିଲମ୍ବନ କରାଯାଇଛି । ଏହାକୁ ନେଇ ଜୟା ବିରୋଧ କରିବା ସହ କଂଗ୍ରେସ ସାଂସଦଙ୍କ ସମର୍ଥନରେ ବାହାରିଥିଲେ । ତାଙ୍କ କହିବା କଥା ଯେ ରଜନୀଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିଲା । ଜୟା ଏହି ସମୟରେ ଗୃହର ମଧ୍ୟଭାଗକୁ ଆସି ସଭାପତିଙ୍କ ଆଡକୁ ଆଙ୍ଗୁଳି କରିଥିବା ଦେଖିବାକୁ ମିଳିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com