ଜାତୀୟମନୋରଞ୍ଜନ

Khatron Ke Khiladi-12 : ରୋହିତ ଶେଟ୍ଟି କନଫର୍ମ କଲେ ଶୋ’ର ୧୩ ଖେଳାଳିଙ୍କ ନାଁ

ମୁମ୍ବାଇ କଲର୍ସ ଟିଭିରେ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି  ପପୁଲାର ଷ୍ଟଣ୍ଟ ରିଆଲିଟି ଶୋ’ ଖତରୋଁ କେ ଖିଲାଡି । ଶୋ’ର ନିର୍ମାତା ରୋହିତ ଶେଟ୍ଟି ଏହାର ପ୍ରସ୍ତୁତ ଆରମ୍ଭ କରିସାଛନ୍ତି । ପୂର୍ବରୁ ଏହା ବିଷୟରେ ଅନେକ ଗୁଜବ ଶୁଣିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏହାର ଖବର ସାମ୍ନାକୁ ଆସିଛି । ଏହା ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ରେ ଖେଳ ଅନୁଷ୍ଠିତ ହେବ । ଶୁଟିଂ ମେ ୨୭ରୁ ଆରମ୍ଭ ହେବାକୁ ଯାଉଛି । ଟେଲି ଦୁନିଆର ଅନେକ କଳାକାର ବିପଦ ସହିତ ଖେଳୁଥିବା ନଜର ଆସିବେ। ଏଥିପାଇଁ ଷ୍ଟାରକାଷ୍ଟମାନେ ମଧ୍ୟ ଫାଇନାଲ୍‌ ହୋଇ ସାରିଛି ।

ମିଡିଆ ରିପୋର୍ଟ ଅନୁଯାୟୀ ଗତ ୨-୩ ମାସ ମଧ୍ୟରେ, ଟିଭି ଇଣ୍ଡଷ୍ଟ୍ରିର ସମସ୍ତ କଳାକାରଙ୍କ ନାମ ଏହି ଶୋ’ ସହିତ ଜଡିତ ଥିଲା । ଏଥରଏଭଳି କିଛି ଷ୍ଟାରଙ୍କୁ କାଷ୍ଟ କରାଯାଇଛି । ଯେଉଁମାନେ ବିପଦକୁ ସାମ୍ନା କରିବେ। ବର୍ତ୍ତମାନ ରୋହିତ ଜଣାଶୁଣା କଳାକାରଙ୍କ ନାମ ନିଶ୍ଚିତ କରିଛନ୍ତି। ଏହି ତାଲିକାରେ ପ୍ରତୀକ ସାହାଜପାଲ, ଶିବାଙ୍ଗୀ ଯୋଶୀ, ଅନେରୀ ଭାଜାନି, କନିକା ମନ, ମୋହିତ ମଲିକଙ୍କ , ବିଗ୍ ବସ୍ ଫେମ୍‌ ରାଜୀବ ଅଦତିଆ, ଚେତନା ପାଣ୍ଡେ, ତୁଶର କାଲିଆ, ନିଶାନ୍ତ ଭଟ୍ଟ, ସୃତି ଝା, ରୁବିନା ଦିଲାଇକ୍, ଫେଜଲ୍‌ ଶେଖ ଏବଂ ଏରିକା ପେକଡ୍‌ ନଜର ଆସିବେ।

ଏହି ସମସ୍ତ ଖେଳାଳିମାନେ ଶୁଟିଂ ପାଇଁ ୨୭ ମେ’ରେ କେପ୍‌ଟାଉନ୍‌ ଯିବେ । ଶୋ’ର ଶୁଟିଂ ୫୫ ଦିନ ପର୍ଯ୍ୟନ୍ତ ଚାଲିବ । କେପଟାଉନ୍‌ ଯିବା ପୂର୍ବରୁ ସମସ୍ତ ପ୍ରତିଯୋଗୀଙ୍କୁ କିଛି ଦିନ କ୍ବାରେଣ୍ଟାଇ ମଧ୍ୟ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com