ଜାତୀୟରାଜନୀତି

ଲଣ୍ଡନରେ ଏକାଠି ବୁଲୁଥିବାର ଦେଖିବାକୁ ମିଳିଲେ ଅରୁଣିତା- ପବନଦ୍ୱୀପ୍‌, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ() ଇଣ୍ଡିଆନ ଆଇଡଲ ୧୨ର ବିଜେତା ପବନଦ୍ୱୀପ୍ ରାଜନ ଓ ଶୋ’ର ପ୍ରତିଯୋଗୀ ଅରୁଣିତା କାଞ୍ଜିଲାଲଙ୍କ ସମ୍ପର୍କରେ ଖୁବ୍‌ ଚର୍ଚ୍ଚା ହୋଇଥିଲା । କିନ୍ତୁ ମଝିରେ ସେ ଏହାକୁ ନେଇ ବନ୍ଧୁତା ବୋଲି କହିଥିଲେ । ହେଲେ ଏବେ ଯାହା ଦେଖିବାକୁ ମିଳିଛି ତାହା ବନ୍ଧୁତା ନା ଆଉ କିଛି । ସୋସିଆଲ ମିଡିଆରେ ଦୁହିଁଙ୍କ ଭିଡିଓ ବର୍ତ୍ତମାନ ଭାଇରାଲ୍‌ ହେବାରେ ଲାଗିଛି । କାରଣ ଦୁହେଁ ଏକା ସାଙ୍ଗରେ ହାତରେ ହାତ ଛନ୍ଦି ବୁଲିବାର ନଜର ଆସିଛନ୍ତି । ଯେଉଁଥିରେ ଦୁହେଁ ଲଣ୍ଡନରେ ଥିବା ଦେଖିବାକୁ ମିଲିଛି । ଏହା ଭିତରେ ଅରୁଣିତା ଅତ୍ୟନ୍ତ ଖୁସି ଜଣାପଡୁଛନ୍ତି ।

ପବନଦ୍ୱୀପ ଓ ଅରୁଣିତାଙ୍କ ସହ ଆଉ ଜଣେ ବ୍ୟକ୍ତି ଅଛନ୍ତି । ପବନଦ୍ୱୀପ ତାଙ୍କ ସହ କଥାବାର୍ତ୍ତା କରୁଛନ୍ତି । ସେଠାରେ ଜଣେ କ୍ୟାମେରା ପର୍ସନ ମଧ୍ୟ ରହିଛନ୍ତି । କହିବାକୁ ଗଲେ ଫ୍ୟାନ୍ସ ଏହି ଯୋଡିକୁ ଖୁବ ଭଲପାଇବା ସହ ଏମାନଙ୍କୁ ପରଫେକ୍ଟ ଯୋଡି ବୋଲି କହୁଛନ୍ତି। ଭାଇରାଲ ହେଉଥିବା ଭିଡିଓଟି ଦୁହିଁଙ୍କର ଆଲବମ୍‌ ଭିଡିଓ ବୋଲି ଜଣାପଡିଛି । ନିକଟରେ ପବନଦ୍ୱୀପଙ୍କ ଗୀତ ୟାଦ୍‌ ରିଲିଜ ହୋଇଛି । ଏବଂ ଏହି ଗୀତରେ ଉଭୟ ପବନ ଓ ଅରୁଣିତାଙ୍କୁ ଦେଖିବାକୁ ମିଳିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com