Breaking NewsFeaturedରାଜନୀତି

Congressର Priyanka Gandhi ଓ BJPର Himanta Biswa Sarmaକୁ କାହିଁକି କାରଣ ଦର୍ଶାଅ ନୋଟିସ ଦେଲେ EC

ଆସନ୍ତା ମାସରେ ୫ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲଙ୍ଗନା ଓ ମିଜୋରାମରେ ବିଧାନସଭା ନିର୍ବାଚନ । ଏନେଇ ପୂର୍ବରୁ ଘୋଷଣା ସାରିଛି ତାରିଖ । ଆଉ ସେହିଦିନ ଠାରୁ ଲାଗୁ ହୋଇଛି ଆଚରଣ ବିଧି । ଏହି ସମୟରେ ସବୁ ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେପି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖିଥିବା ବେଳେ କଂଗ୍ରେସ ପାଇଁ ଷ୍ଟାର କ୍ୟାମ୍ପେନର ସାଜିଛନ୍ତି ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ । ତେଣୁ ସମସ୍ତେ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ଅଂଚଳ ଗସ୍ତ କରି କ୍ୟାମେନିଂକୁ ଜୋରଦାର କରୁଛନ୍ତି ।

ଏହାରି ଭିତରେ ନିର୍ବାଚନୀ ପ୍ରଚାର ସମୟରେ ବିଜେପି ଓ କଂଗ୍ରେସ ନେତା ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନର । ସୋମବାର ସଂଧ୍ୟା ସୁଦ୍ଧା ଉଭୟ ନେତାଙ୍କୁ ନୋଟିସର ଉତର ଦେବାକୁ କହିଛନ୍ତି ଇସି । ନଚେତ୍ ସେମାନଙ୍କ ସହ ଯୋଗାଯୋଗ ନକରି ‘ଉଚିତ କାର୍ୟ୍ୟାନୁଷ୍ଠାନ ନେବେ ବୋଲି ଇସି ଚେତାବନୀ ଦେଇଛନ୍ତି ।

କଂଗ୍ରେସ ପକ୍ଷରୁ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ପ୍ରଥମେ ଇସିରେ ଅଭିଯୋଗ କରାଯାଇଥିଲା। ଅକ୍ଟୋବର ୧୮ରେ ଛତିଶଗଡ଼ରେ ଏକ ନିର୍ବାଚନ ପ୍ରଚାର ଭାଷଣରେ ଛତିଶଗଡ଼ର ଏକମାତ୍ର ମୁସଲମାନ ମନ୍ତ୍ରୀ ମହମ୍ମଦ ଆକବରଙ୍କୁ ଟାର୍ଗେଟ କରିଥିଲେ। ସେ ତାଙ୍କ ବିଷୟରେ ଅତ୍ୟନ୍ତ ବିବାଦୀୟ ଟିପ୍ପଣୀ ଦେଇଥିଲେ। ତାଙ୍କ ଧର୍ମକୁ ନେଇ ହିମନ୍ତ ବିଶ୍ୱଶର୍ମା ଲୋକଙ୍କୁ ବିଜେପି ସପକ୍ଷରେ ଭୋଟ ଦେବାକୁ କହିଥିବା କଂଗ୍ରେସ ଅଭିଯୋଗ କରିଛି। ସେହିପରି ଅକ୍ଟୋବର ୨୫ରେ ବିଜେପି ପକ୍ଷରୁ ପ୍ରିୟଙ୍କାଙ୍କ ବିରୋଧରେ କରାଯାଇଥିଲା ଅଭିଯୋଗ ।

ଏଥିରେ କୁହାଯାଇଥିଲା କି ରାଜସ୍ଥାନରେ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ମିଥ୍ୟା ବୟାନ ଦେଇଥିଲେ ପ୍ରିୟଙ୍କା । ତାଙ୍କୁ ବ୍ୟକ୍ତିଗତ ଭାବେ ଧର୍ମକୁ ନେଇ ଟାର୍ଗେଟ କରିଥିଲେ। ତେଣୁ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ଯାହାକୁ ନେଇ ଇସି ନୋଟିସ ଜାରି କରିଥିବା ଜଣାପଡିଛି । ତେବେ ପ୍ରିୟଙ୍କା ଗାନ୍ଧୀଙ୍କୁ ଦିଆଯାଇଥିବା ନୋଟିସରେ ଇସି କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଧାର୍ମିକ ଭକ୍ତିକୁ ଆହ୍ୱାନ କରିଛନ୍ତି ପ୍ରିୟଙ୍କା ଏବଂ ଜଣେ ବ୍ୟକ୍ତି ଏବଂ ଦେବତାଙ୍କ ମଧ୍ୟରେ ସମ୍ପର୍କ ସାର୍ବଜନୀନ ଯାଞ୍ଚର ବିଷୟ ହୋଇପାରିବ ନାହିଁ। ତେବେ ଆସନ୍ତାମାସରେ ଉଭୟ ଛତିଶଗଡ଼ ଓ ରାଜସ୍ଥାନ ପଡିବ ଭୋଟ । ଏଥିପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଏହି ସମୟରେ ଧର୍ମ ଓ ବ୍ୟକ୍ତିଗତ ସ୍ତରକୁ ଯାଇ ବିଭିନ୍ନ ଦଳର ନେତା ପରସ୍ପରକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com