Featuredଜାତୀୟରାଜନୀତି

ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ଅସଲି ଶିବସେନା ମାନ୍ୟତା ସହ ଧନୁ-ତୀର ଚିହ୍ନ

ଉଦ୍ଧବ ଠାକରେଙ୍କୁ ଲାଗିଲା ଝଟ୍‌କା । ମହାରାଷ୍ଟ୍ର ନିର୍ବାଚନ କମିଶନ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଅସଲି ଶିବସେନା ଭାବେ ମାନ୍ୟତା ଦେବା ସହ ନାମ ଓ ଧନୁ-ତୀର ଚିହ୍ନ ପ୍ରଦାନ କରିଛନ୍ତି । ସେପଟେ ଉଦ୍ଦବ ଠାକରେ କିନ୍ତୁ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିବା ସହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

ଗତବର୍ଷ ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଓ ଦଳର ମୋଟ ୫୫ ବିଧାୟକଙ୍କ ମଧ୍ୟରୁ ୪୦ ଜଣଙ୍କ ସମର୍ଥନ ଥିବା ଦାବି କରିଥିଲେ । ଏହା ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ଏକନାଥ ଗୋଷ୍ଠୀ ବିଜେପି ସମର୍ଥନରେ ସରକାର ଗଢିଥିଲେ ଓ ଏକନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ତେବେ ଶିବସେନା ନାମ ଓ ଚିହ୍ନକୁ ନେଇ ଦୁଇପକ୍ଷ ନିର୍ବାଚନ କମିସନଙ୍କ ନିକଟକୁ ଯାଇଥିଲେ । ଅନ୍ତରୀଣ ସମୟ ପାଇଁ କମିସନ ଦୁଇ ଶିବିରଙ୍କୁ ଦୁଇଟି ଅସ୍ଥାୟୀ ନାମ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com