Featuredଓଡ଼ିଶାରାଜନୀତି

ବର୍ଷେ ମଧ୍ୟରେ ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା :ମୁଖ୍ୟମନ୍ତ୍ରୀ

ଝାରବନ୍ଧ: ପଦ୍ମପୁରକୁ ମିଳିବ ନୂଆ ଜିଲ୍ଲାର ମାନ୍ୟତା। ଜିଲ୍ଲାବାସୀଙ୍କୁ ଗତ ନିର୍ବାଚନରେ ଦେଇଥିବା ପୂର୍ବ ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ପଦ୍ମପୁର ଆସିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସବୁଠି ନବୀନଙ୍କ ଜୟ ଜୟ ଧ୍ୱନି ଶୁଣିବାକୁ ମିଳୁଛି। ଆଜି ବରଗଡ଼ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଝାରବନ୍ଧ କାର୍ଯ୍ୟକ୍ରମ ସ୍ଥଳରେ ଯୋଗ ଦେଇଥିଲେ।
ଝାରବନ୍ଧା ସଭାସ୍ଥଳରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ଘୋଷଣା ହେବ ବୋଲି କହିଥିଲେ। ଏହାସହ ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ସେ ଘୋଷଣା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com