ଜାତୀୟମନୋରଞ୍ଜନ

ଗୁରମିତ-ଦେବିନାଙ୍କ ଘରକୁ ଆସିଲା ନୂଆ ଅତିଥି, କନ୍ୟା ସନ୍ତାନଙ୍କୁ ଜନ୍ମଦେଲେ ଅଭିନେତ୍ରୀ

ନୂଆଦିଲ୍ଳୀ : ଟିଭି ଅଭିନେତ୍ରୀ ଦେବିନା ବାନାର୍ଜୀ ଓ ଅଭିନେତା ଗୁରମିତ୍‌ ଚୌଧୁରୀ ପିତାମାତା ହୋଇଛନ୍ତି। ବିବାହର ୧୧ ବର୍ଷ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଦେବିନାଙ୍କ ସ୍ବାମୀ ତଥା ଅଭିନେତା ଗୁରୁମିତ ଚୌଧୁରୀ ଏହି ଖୁସି ଖବରକୁ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ଏପ୍ରିଲ ୩ରେ ନବରାତ୍ରୀ ଅବସରରେ ଦେବିନା ଏକ ଝିଅକୁ ଜନ୍ମ ଦେଇଛନ୍ତି। ଗୁରୁମିତ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବରକୁ ଅତି ସୁନ୍ଦର ଭାବରେ କ୍ୟାପସନରେ ଲେଖି ଲେଖିଛନ୍ତି – ‘କୃତଜ୍ଞତା ସହିତ ଆମେ ଆମର ଶିଶୁ କନ୍ୟାକୁ ଏହି ଦୁନିଆରେ ସ୍ୱାଗତ କରୁଛୁ … ଆପଣଙ୍କର ପ୍ରେମ ଏବଂ ଆଶୀର୍ବାଦ ପାଇଁ ସମସ୍ତଙ୍କୁ ଧନ୍ୟବାଦ।

 

View this post on Instagram

 

A post shared by Gurmeet Choudhary (@guruchoudhary)

ଭିଡିଓରେ ପ୍ରଥମେ ଗୁରୁମିତଙ୍କ ହାତ ରହିଛି, ତା’ପରେ ଦେବିନାଙ୍କ ହାତ ଏବଂ ଶେଷରେ କୁନି ଝିଅର ହାତ ଦେଖିବାକୁ ମିଳିଛି। ଦେବିନା ତାଙ୍କ ଗର୍ଭଧାରଣକୁ ନେଇ ବହୁତ ଉତ୍ସାହିତ ଥିଲେ। ସେ ତାଙ୍କ ଗର୍ଭଧାରଣ ସମୟକୁ ଖୁବ୍‌ ଉପଭୋଗ ମଧ୍ୟ କରିଥିଲେ । ଯାହାର ଫଟୋ ସୋସିଆଲ୍ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା । ଗୁରୁମିତ ଏବଂ ଦେବିନା ୨୦୧୧ରେ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁହେଁ ଦୀର୍ଘ ସମୟ ଧରି ଡେଟ କରିଥିଲେ। ଉଭୟ ସିରିଏଲ ‘ରାମାୟଣ’ର ସେଟରେ ପରସ୍ପରକୁ ଭେଟିଥିଲେ। ଯେଉଁଥିରେ ଗୁରୁମିତ ରାମ ଏବଂ ଦେବିନା ସୀତା ଭୂମିକାରେ ଅଭିନୟ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com